Home କେନ୍ଦୁଝର ଶାଳୀକୁ ପ୍ରେମ କରି ସ୍ତ୍ରୀକୁ ନିର୍ଯ୍ୟାତନା

ଶାଳୀକୁ ପ୍ରେମ କରି ସ୍ତ୍ରୀକୁ ନିର୍ଯ୍ୟାତନା

316

ହାଟଡ଼ିହି, ୧୧ । ୧୦ (ଓଡିଆପୁଅ/ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଅସିଆ ଗ୍ରାମର ଜଣେ ଯୁବକ ନିଜ ଶାଳୀକୁ ଭଲ ପାଇବାପରେ ସ୍ତ୍ରୀ ଉପରେ ଶାରିରୀକ ଓ ମାନସିକ ନିର‌୍ୟ୍ୟତନା ଦେଉଥିବା ନେଇ ସ୍ତ୍ରୀ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଅସିଆ ଗ୍ରାମର ରେଣ୍ଟା ହୋଙ୍କ ପୁଅ କିସାନ ପୁର୍ତ୍ତୀ ୧୦ ବର୍ଷ ପୁର୍ବେ ସୁମିତ୍ରା ପୁର୍ତ୍ତୀଙ୍କୁ ବିବାହ କରିଥିଲେ । ଏବେ ସେମାନଙ୍କର ଦୁଇଟି ପୁଅ ଥିବାବେଳେ ଗତ କିଛିଦିନ ହେଲା କିସାନ ସୁମିତ୍ରାର ଭଉଣୀକୁ ଆଣି ଘରେ ରଖିଛି । ତାକୁ ଭଲ ପାଉଥିବାରୁ ସୁମିତ୍ରାକୁ ସବୁବେଳ ପିଟାମରା କରିବା ସହିତ ଘର ଛାଡି ଚାଲି ଯିବାକୁ ଧମକ ଚମକ ଦେଉଛି । ଏପରିକି ତାକୁ ଛାଡପତ୍ର ଦେସବାପାଇଁ ବାଧ୍ୟ କରୁଛି । ନିର‌୍ୟ୍ୟାତନା ଅସହ୍ୟ ହେବାରୁ ସୁମିତ୍ରା ଆଜି ନନ୍ଦିପଦା ଥାନାରେ ପହଞ୍ଚି ସ୍ୱାମୀଙ୍କ ବିରୁଦ୍ଧରେ ଅଭିଯୋଗ କରିଛି । ନନ୍ଦିପଦା ପୁଲିସ ଅଭିଯୋଗ ପାଇବାପରେ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.