Home କେନ୍ଦୁଝର ସର୍ପାଘାତରେ ଛାତ୍ରଙ୍କ ମୃତ୍ୟୁ

ସର୍ପାଘାତରେ ଛାତ୍ରଙ୍କ ମୃତ୍ୟୁ

575

ହାଟଡିହି ୭ । ୮ : (ଓଡିଆପୁଅ) ହାଟଡିହି ବ୍ଲକ ସୋସୋ ଥାନା ଅôଦନସ୍ଥ ବନ୍ତଳା ଗ୍ରାମରେ ଜଣେ ଛାତ୍ରଙ୍କର ସର୍ପାଘାତରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ବସନ୍ତ କୁମାର ସାଙ୍କ ପୁଅ ଉମେଶ ରଞ୍ଜନ(୧୮) ବରପଦା ଇଞ୍ଜିନିୟରିଂ କଲେଜର ଛାତ୍ର । ସେ ଗତକାଲି ସନ୍ଧ୍ୟାରେ ଗାଁର ପଡିଆ ଆଡେ ଶୌଚ ପାଇଁ ଯାଇଥିବାବେଳେ କୌଣସି ବିଶାକ୍ତ ସାପ ତାକୁ କାମୁଡି ଦେଇଥିଲା । ସେ ଘରକୁ ଫେରିଆସିବା ପରେ ଗୁରୁତର ଅସୁସ୍ଥ ହୋଇପଡିବାରୁ ତାକୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଆଜି ସୋସୋ ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଛି । ଉମେଶଙ୍କ ମୃତ୍ୟୁରେ ସମଗ୍ର ବନ୍ତଳା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.