Home Coronavirus Outbreak ନନ୍ଦିଘୋର ପାଇଁ କରୋନା ଚିନ୍ତା ବଢୁଛି

ନନ୍ଦିଘୋର ପାଇଁ କରୋନା ଚିନ୍ତା ବଢୁଛି

160

ନୟାଗଡ଼, ୭ା୮(ଓଡ଼ିଆ ପୁଅ /ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକର ନନ୍ଦିଘୋର ପଂଚାୟତ ପାଇଁ ଏବେ ଲୋକମାନଙ୍କର କରୋନା ଚିନ୍ତା ବଢିଯାଇଛି। ନନ୍ଦିଘୋର ପଂଚାୟତରେ ଏବେ ଲଗାତର ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି। ସେମାନଙ୍କ ସାଥିରେ ଯେଉଁମାନେ ମିଶିଛନ୍ତି ସେମାନେ ଓ ତାଙ୍କ ପରିବାରର ଅବସ୍ଥା କ’ଣ ହେବ ତାକୁ ନେଇ ଅନେକ ଆଶା ଓ ଆଶଙ୍କା ମଧ୍ୟରେ ଗତି କରୁଛନ୍ତି। ଯାହାକି ଖାଲି ନନ୍ଦିଘୋର ନୁହେଁ ନନ୍ଦିଘୋର ପଂଚାୟତବାସୀଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି। ନନ୍ଦିଘୋର ପଂଚାୟତର କେବଳ ନନ୍ଦିଘୋରରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଘଷାଦେଇପୁରରୁ ଜଣେ ଚିହ୍ନଟ ହୋଇଛନ୍ତି। ସମସ୍ତେ ବାହ୍ୟ ସଂକ୍ରମଣରୁ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ସଂସ୍ପର୍ଶରେ ଆଉ ଯେ କେତେ ଆସିଛନ୍ତି ତାହାବି କହିବା ମୁସ୍କିଲ ହୋଇପଡ଼ିଛି। କରୋନା ମହାମାରୀରେ ଗୋଷ୍ଠୀ ସଂକ୍ରମଣକୁ ଆଖି ଆଗରେ ରଖି ନନ୍ଦିଘୋର ପଂଚାୟତର ପଡ଼ୋଶୀ ପଂଚାୟତକୁ କଂଟେନମେଂଟ ଜୋନ ଘୋଷଣା କରାଯାଇସାରିଥିଲାବେଳେ ନନ୍ଦିଘୋର ପଂଚାୟତରେ ୫ଚିହ୍ନଟ ହୋଇଥିଲେ ମଧ୍ୟ ଏଯାଏଁ କଂଟେନମେଂଟ ଜୋନ ଘୋଷଣା କରାଯାଇନାହିଁ। ଯାହାକି ନନ୍ଦିଘୋର ପଂଚାୟତର ଲୋକମାନେ ଖୋଲମଖୋଲା ମିଳାମିଶା ସହ ଚଳପ୍ରଚଳ କରୁଥିବାରୁ କରୋନା ଭୟ ଏବେ ଲୋକମାନଙ୍କୁ ଘାରିଛି। ତେଣୁ ଗୋଷ୍ଠୀ ସଂକ୍ରମଣ ଉପୁଜିବା ଆଶଙ୍କାରେ ନନ୍ଦିଘୋର ପଂଚାୟତକୁ କଂଟେନମେଂଟ ଜୋନ ଘୋଷଣା କରାଯାଉ ବୋଲି କେତେକ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.