Home ଓଡ଼ିଶା ନୟାଗଡ଼ ଜିଲାରେ ୬୧ ସଂକ୍ରମିତ, ରାଜସୁନାଖଳା କଂଟେନମେଂଟ ଜୋନ

ନୟାଗଡ଼ ଜିଲାରେ ୬୧ ସଂକ୍ରମିତ, ରାଜସୁନାଖଳା କଂଟେନମେଂଟ ଜୋନ

105

ନୟାଗଡ଼, ୭ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରୁ ଆଜି ୬୧ଜଣ କରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇଛି। ଗତକାଲି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୮୦୪ ହୋଇଥିବାବେଳେ ଆଜି ନୂଆ ୬୧ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୫ ହୋଇଛି। ଏହି ୬୧ ଆକ୍ରାନ୍ତ ଜିଲାର ୮ଟି ଯାକ ବ୍ଳକରୁ ବାହାରିଛନ୍ତି। ନୟାଗଡ଼ ବ୍ଳକରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭାପୁର ବ୍ଳକରୁ ୯ଜଣ, ରଣପୁର ବ୍ଳକରୁ ୧୫ଜଣ, ଖଣ୍ଡପଡ଼ା ବ୍ଳକରରୁ ୨ଜଣ, ନୂଆଗାଁ ବ୍ଳକରୁ ୨ଜଣ, ଓଡ଼ଗାଁ ବ୍ଳକରୁ ୧୬ଜଣ ଓ ନୟାଗଡ଼ ପୌରାଂଚଳରୁ ୨ଜଣ ଆକ୍ରାନ୍ତ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ରଣପୁର ବ୍ଳକର ରାଜସୁନାଖଳା ପଂଚାୟତ ଏବଂ ରାଜସୁନାଖଳା ବଜାରକୁ କରୋନା ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ସରପଂଚ ସଶ୍ମିତା ସାହୁ ୪ଦିନ ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି। ୮ତାରିଖ ସକାଳ ୬ଟାରୁ ୧୧ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଏହି ସଟ୍‌ଡାଉନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.