Home ଜିଲ୍ଲା ପରିକ୍ରମା ସରକାରୀ ଜମି ଜବରଦଖଲ ନେଇ ଗୋଷ୍ଠୀ ସଂଘର୍ଷ; ୬ ଗୁରୁତର

ସରକାରୀ ଜମି ଜବରଦଖଲ ନେଇ ଗୋଷ୍ଠୀ ସଂଘର୍ଷ; ୬ ଗୁରୁତର

19

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ଥାନା ଅଧୀନସ୍ଥ ନାଲଗୁଣ୍ଡା ପଂଚାୟତରେ ଏକ ସରକାରୀ ଜମି ଜବରଦଖଲ ଓ ହଳ କରିବାକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୬ ଜଣ ବ୍ୟକ୍ତି ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଖବର ପାଇ ଚାନ୍ଦବାଲି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଉଭୟପକ୍ଷର କିଛି ଲୋକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ପଂଚାୟତର ସାନଇଟାଗୁଠ ଓ ବଡଇଟାଗୁଠ ଗାଁ ମଧ୍ୟରେ ଥିବା ଏକ ସରକାରୀ ଜମିକୁ ଜବରଦଖଲ ଓ ହଳ କରିବାକୁ ନେଇ ଉଭୟ ଗ୍ରାମର ଦୁଇପକ୍ଷଙ୍କ ମଧ୍ୟରେ ବାକ୍‌ବିତଣ୍ଡା ହୋଇଥିଲା । ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେବାରୁ ଉଭୟପକ୍ଷ ନିଜ ନିଜ ଉପରେ ଟେକା ପଥର ଓ ବୋମା ମାଡ କରିବାରୁ ୬ ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ । ତେବେ ଏହି ଘଟଣାରେ ଉଭୟ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ୍ ମୁତୟନ କରାଯାଇ ତଦନ୍ତ ଚାଲୁରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.