Home Top News ସରକାରଙ୍କୁ ସମାଲୋଚନା ପାଇଁ ରିପୋର୍ଟର ଭୁଲ୍‍ ବ୍ୟାଖ୍ୟା କରୁଛି ବିଜେପି: ବିଜେଡି

ସରକାରଙ୍କୁ ସମାଲୋଚନା ପାଇଁ ରିପୋର୍ଟର ଭୁଲ୍‍ ବ୍ୟାଖ୍ୟା କରୁଛି ବିଜେପି: ବିଜେଡି

25

ଭୁବନେଶ୍ୱର, ୨୪/୦୯ (ଓଡ଼ିଆ ପୁଅ) : ଯାହା ଜଣାପଡୁଛି ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏବେ ବି ନିଜକୁ ରାଜନୈତିକ ବ୍ୟକ୍ତି ନୁହେଁ, ଜଣେ ପ୍ରଶାସିକା ବୋଲି ଭାବୁଛନ୍ତି। ଓଡିଶା ସରକାରଙ୍କୁ ସମାଲୋଚନା କରିବା ପାଇଁ କୌଣସି ପ୍ରସଙ୍ଗ ନପାଇ ଗଣମାଧ୍ୟମରେ ରାଜନୈତିକ ଦୃଷ୍ଟିରୁ ପ୍ରାସଙ୍ଗିକ ରହିବାକୁ ରିପୋର୍ଟର ଭୁଲ ବ୍ୟାଖ୍ୟା କରୁଛନ୍ତି ଏବଂ ଏକପାଖିଆ ମତ ଦେଉଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର।

ଅପରାଜିତାଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଏଥିରୁ ଜଣାପଡୁଛି ଦାରିଦ୍ର‌୍ୟ ହାରକୁ ୨୪% ହ୍ରାସ କରିବା ସହିତ ୮୦ ଲକ୍ଷ ଲୋକଙ୍କୁ ଦାରିଦ୍ର‌୍ୟରୁ ବାହାର କରିଥିବାରୁ ନୀତି ଆୟୋଗ ଭାରତର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବରେ ଓଡିଶାକୁ ପ୍ରଶଂସା କରିଥିବା ବିଷୟରେ ସେ ବୋଧହୁଏ ଅବଗତ ନାହାନ୍ତି।

ଆମେ ଶ୍ରୀମତୀ ଷଡଙ୍ଗୀଙ୍କୁ ଅନୁରୋଧ କରୁଛୁ ଶସ୍ତା ରାଜନୀତି କରନ୍ତୁ ନାହିଁ ଏବଂ ରିପୋର୍ଟର ଭୁଲ ବ୍ୟାଖ୍ୟା ସହିତ ପକ୍ଷପାତିତା ମତ ଦେଇ ଓଡିଶାକୁ ବଦନାମ ତଥା ଅପମାନିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହା ଅପେକ୍ଷା ବରଂ ଭୁବନେଶ୍ୱରର ସାଂସଦ ଭାବରେ ସେ ତାଙ୍କ କାର୍ଯ୍ୟକ୍ଷେତ୍ର ଉପରେ ଧ୍ୟାନ ଦିଅନ୍ତୁ ଯେଉଁଠାରେ ସେ ସାଧାରଣତଃ ନିଖୋଜ ରହିଥାନ୍ତି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.