Home ଜିଲ୍ଲା ପରିକ୍ରମା ଚରମ୍ପା ବରିଷ୍ଠ ନାଗରିକ ସଂଘର ବୈଠକ

ଚରମ୍ପା ବରିଷ୍ଠ ନାଗରିକ ସଂଘର ବୈଠକ

26

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ବରିଷ୍ଠ ନାଗରିକ ସଂଘର ଏକ ବୈଠକ ଚରମ୍ପା ସ୍ଥିତ ଏରେଇଁ କଲ୍ୟାଣ ମଣ୍ଡପରେ ସଂଘର ସ୍ଥାୟୀ ସଭାପତି ଗଗନ ବିହାରୀ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର ଗତ ବୈଠକର ବିବରଣୀ ସହ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକାରୀ ସଭାପତି ବାବୁଲାଲ ଦାସ, ଉପଦେଷ୍ଟା ପଦ୍ମଲୋଚନ ମହାଳିକ, ନରସିଂହ ମିଶ୍ର, କ୍ଷିତିଶ ରାଉତ ଏହାର ଆଭିମୁଖ୍ୟ ତଥା ପରସ୍ପର ଭାବର ଆଦାନ ପ୍ରଦାନ ଦ୍ୱାରା ବାର୍ଦ୍ଧକ୍ୟ ଜନିତ ଦୁଃଖ ଲାଘବ ହୋଇଥାଏ ବୋଲି ବର୍ଣ୍ଣନା କରିଥିଲେ । କୋଷାଧ୍ୟକ୍ଷ ସୁଦର୍ଶନ ବିଶ୍ୱାଳ ଆମ୍ଭ ବ୍ୟୟର ହିସାବ ପ୍ରଦାନ କରିଥିଲେ । ସମ୍ପାଦକ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ୱରୂପ କେତେକ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ରେଲୱେ ବୁକିଂ କାଉଣ୍ଟରରେ ବରିଷ୍ଠ ନାଗରିକଙ୍କୁ ବିଶେଷ ସୁବିଧା ଦେବା, ଉଚ୍ଛେଦ କରାଯାଇଥିବା ରେଲୱେ ଯାତ୍ରାର ରିହାତି ଦେବା, ବାଲେଶ୍ୱର ଓ ପୁରୀ ମଧ୍ୟରେ ଅସମତା ଭଡ଼ାର ବିଚାର କରିବା ଆଦି ବିଷୟ ଡି.ଆର୍‌.ଏମ୍‌. ଖୋର୍ଦ୍ଧାଙ୍କ ଅବଗତି ନିମିତ୍ତ ପ୍ରସ୍ତାବ ନିଆଯାଇଥିଲା । ବାର୍ଷିକ ଉତ୍ସବ ଆସନ୍ତା ଫେବୃଆରୀ ମାସ ଶେଷ ସପ୍ତାହରେ ପାଳନ ସହ ଏକ ସଭ୍ୟମାନଙ୍କର ସଂକ୍ଷିପ୍ତ ପରିଚୟ ପୁସ୍ତିକା ପ୍ରକାଶ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା । ପଶ୍ଚିମ ଓଡ଼ିଶାର ନୂଆଖାଇ ପର୍ବକୁ ଓଡ଼ିଶାବାସୀଙ୍କ ସମର୍ଥନ ଓ ସାଂସ୍କୃତିକ ପରମ୍ପରା ରକ୍ଷା କରିଥିବାରୁ ସଂଘ ବେଶ୍ ଆନନ୍ଦ ପ୍ରକାଶ କରିଥିଲେ । ଉପସ୍ଥିତ ସଭ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ କୁମାର ନାୟକ, ସୁଧାଂଶୁ ତ୍ରିପାଠୀ, ବରଦାପ୍ରସନ୍ନ ପଣ୍ଡା, ବରେନ୍ଦ୍ର ପଟ୍ଟନାୟକ, ଜଗବନ୍ଧୁ ମହାନ୍ତି, ବିଜୟ କୁମାର ସେନାପତି, କେଦାରନାଥ ଗୁପ୍ତା, କଳାକାର ମିଶ୍ର, ନିଶିକାନ୍ତ ଧଳ, ଗଣପତି ପାଣିଗ୍ରାହୀ, ସଂକର୍ଶଣ ସାହୁ, ବିଶ୍ୱନାଥ ବେହେରା ସହ ଅନ୍ୟାନ୍ୟ ସଭ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ନରସିଂହ ମିଶ୍ର ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.