Home ଜିଲ୍ଲା ପରିକ୍ରମା ସବୁଦିନିଆ ରାସ୍ତା ଦାବିରେ ଜଳବନ୍ଦୀ ଥିବା ୩ ଗ୍ରାମବାସୀଙ୍କ ପ୍ରତୀକ ଧାରଣା

ସବୁଦିନିଆ ରାସ୍ତା ଦାବିରେ ଜଳବନ୍ଦୀ ଥିବା ୩ ଗ୍ରାମବାସୀଙ୍କ ପ୍ରତୀକ ଧାରଣା

104

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ଅଧୀନସ୍ଥ କେନ୍ଦୁଆପଦା ଗ୍ରାମପଞ୍ଚାୟତର ମୁଗଗଡିଆ, କଷଗଡିଆ ଓ ଗୋହିରାପଦୀ ଗ୍ରାମର ୨ ଶହରୁ ଉର୍ଦ୍ଧ୍ୱ ପରିବାର ସବୁଦିନିଆ ରାସ୍ତା ଅଭାବରୁ ବର୍ତ୍ତମାନର ବନ୍ୟା ସମୟରେ ଜଳବନ୍ଦୀରେ ଥିବା ନେଇ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଏହି ୩ଟି ଗ୍ରାମର ଶତାଧିକ ଗ୍ରାମବାସୀ ଗତ ଲଘୁଚାପ ଜନିତ ବର୍ଷା ଫଳରେ ୭ଦିନ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ହୋଇ ରହିଥିଲେ । ତେବେ ଏ ସଂପର୍କରେ ଖବର ପାଇ ଭଦ୍ରକ ଜିଲାର କ୍ରାନ୍ତିକାରୀ କୃଷକ ମହାସଂଘ ପକ୍ଷରୁ ଆବାହକ ଭବେନ୍ଦ୍ର ସାହୁଙ୍କ ନେତୃତ୍ୱରେ ବହୁ ଗ୍ରାମବାସୀ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟିବା ପରେ ସେ କ୍ଷେତ୍ରୀୟ ତଦନ୍ତ କରି ବାସ୍ତବ ତଥ୍ୟକୁ ହୃଦୟଙ୍ଗମ କରିଥିଲେ । ମାତ୍ର ଏହି ସମସ୍ୟା ସମାଧାନ ଦିଗରେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହାର ସମାଧାନ ନେଇ ସମୟ ଲାଗିବ ବୋଲି ଜଣାପଡିଥିଲା । ଏହି ଘଟଣାକୁ ନେଇ ଆଜି କ୍ରାନ୍ତିକାରୀ କୃଷକ ମହାସଂଘ ପକ୍ଷରୁ ଉକ୍ତ ଗ୍ରାମର ଗ୍ରାମବାସୀମାନେ ସବୁଦିନିଆ ରାସ୍ତା ନିର୍ମାଣ ନେଇ ଜିଲାପାଳଙ୍କୁ ଅବଗତ କରାଇଛନ୍ତି । ଏବଂ ଏ ସଂପର୍କରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କେହି ସେମାନଙ୍କର ଏହି ସମସ୍ୟା ପ୍ରତି କର୍ଣ୍ଣପାତ କରୁନଥିବାର ଜଣାଇଛନ୍ତି । ଏଣୁ ବର୍ତ୍ତମାନର ମହାମାରୀ ସମୟରେ ସେମାନେ ସାମାଜିକ ଦୂରତ୍ୱ ବଜାୟ ରଖି ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତୀକ ଧାରଣା ଦେଇଥିଲେ । ଏବଂ ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହେଲେ ଗ୍ରାମର ସମସ୍ତ ପୁରୁଷ ଓ ମହିଳା-ପିଲାଛୁଆଙ୍କୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.