Home କେନ୍ଦୁଝର ବିଧାୟକଙ୍କ ବନ୍ୟାଞ୍ଚଳପରିଦର୍ଶନ

ବିଧାୟକଙ୍କ ବନ୍ୟାଞ୍ଚଳପରିଦର୍ଶନ

95

ହାଟଡିହି -୨୮ । ୮ :(ଓଡିଆପୁଅ) ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ହାଟଡିହି ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ସେ ଭୁବନେଶ୍ୱରରୁ ଆସି ସିଧା ଶାଳଣିଆଁରେ ପହଞ୍ଚିବାପରେ ଆଇତିପୁର ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ବନ୍ୟା ପରିସ୍ଥିତିର ସମୀକ୍ଷା କରିଥିଲେ । ଆଇତିପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକ ପାଣିଘେରରେ ଥିବାରୁ ବୋଟ ଯୋଗେ ରତକଣା, ମଧୁପୁର ଗ୍ରାମକୁ ଯାଇ ଲୋକମାନଙ୍କୁ ଚୁଡା, ଗୁଡ, ମହମବତୀ ଆଦି ପ୍ରଦାନ କରିବା ସହିତ ଲୋକମାନଙ୍କ ସହିତ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଧାୟକଙ୍କ ସହିତ ଯୋଗେନ୍ଦ୍ର ବେହେରା, ପ୍ରତାପ ଦେଓ, ବୁଦ୍ଧଦେବ ଜେନା, ରଞ୍ଜନ ପହି, ଗଦାଧର ଦାସ, ରଙ୍ଗାଧର ମଲ୍ଲିକ, ଆନନ୍ଦ ମହାନ୍ତି, ବରଦା ପ୍ରସନ୍ନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.