Home କେନ୍ଦୁଝର ବନ୍ୟା ଯୋଗୁଁ ବନିକରଣ ପ୍ରକଳ୍ପ ନଷ୍ଟ

ବନ୍ୟା ଯୋଗୁଁ ବନିକରଣ ପ୍ରକଳ୍ପ ନଷ୍ଟ

67

ହାଟଡିହି -୨୮ । ୮ :(ଓଡିଆପୁଅ) ଚଳିତ ବନ୍ୟାରେ ହାଟଡିହି ବ୍ଲକରେ ଅନେକ ବନିକରଣ ପ୍ରକଳ୍ପ ନଷ୍ଟ ହୋଇଯାଇଛି । ବଞ୍ଚୋରେ ୧୦ହେକ୍ଟର ଅଞ୍ଚଳରେ ବୃକ୍ଷ ରୋପଣ କରାଯାଇଥିବାବେଳେ ସମ୍ପୁର୍ଣ୍ଣ ଜଳମଗ୍ନ ହୋଇଯିବାରୁ ୯୫ଭାଗ ଗଛ ନଷ୍ଟ ହୋଇଯାଇଛି । ସେହିପରି ଆମ୍ବୋରେ ୧୦ହେକ୍ଟର ଜମିରେ ଚାରା ଲଗାଯାଇଥିବାବେଳେ ୯୦ଭାଗ ଚାରା ନଷ୍ଟ ହୋଇଯାଇ ଥିବାବେଳେ ଅମୃତପୁରରେ ୧୦ହେକ୍ଟର ଜମିର ଚାରାରୁ ୯୦ଭାଗ,ସମଣା ପଞ୍ଚାୟତର ଗୋବିନ୍ଦପୁରରେ ୧୦ହେକ୍ଟର ଜମିରୁ ୯୫ ଭାଗ, ସମଣାରେ ୯ହେକ୍ଟର ଜମିରୁ ୮୦ଭାଗ, କରଗୋଳାରେ ୧୫ହେକ୍ଟର ଜମିରେ ଚାରା ଲାଗିଥବବାବେଳେ ସେôତମଧ୍ୟରୁ ୮୫ଭାଗ, ସରଳାରେ ୪ହଜାର ଗଛ ଲଗାଯାଇ ଥିବାବେଳେ ୪୫ଭାଗ ଓ ଗୋବିନ୍ଦପୁରରେ ଚଳିତବର୍ଷ ଲାଗିଥିବା ୫ହଜାର ଚାରାରୁ ୯୦ଭାଗ ଚାରା ନଷ୍ଟ ହୋଇଯାଇଛି ବୋଲି ହଦଗଡ ରେଞ୍ଜର ସୁମିତ କୁମାର ମହାନ୍ତି ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.