Home ଜିଲ୍ଲା ପରିକ୍ରମା ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରତ୍ୟାଶା ନାୟକଙ୍କ କୃତିତ୍ୱ

ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରତ୍ୟାଶା ନାୟକଙ୍କ କୃତିତ୍ୱ

250

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ଜିଲ୍ଲା, ସିମୁଳିଆ ବ୍ଲକ୍ ଅନ୍ତର୍ଗତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଅଡାର ସପ୍ତମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ପ୍ରତ୍ୟାଶା ନାୟକ ସଦ୍ୟ ପ୍ରକାଶିତ ୨୦୧୯-୨୦ ମସିହା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱର ସହ ବ୍ଲକ୍‌ସ୍ତରରେ ପ୍ରଥମ ସ୍ଥାନ ଅର୍ଜନ କରି ମେଧାବୃତ୍ତି ପ୍ରାପ୍ତି ନିମନ୍ତେ ଯୋଗ୍ୟ ବିବେଚିତା ହୋଇଛନ୍ତି । ସୁଶ୍ରୀ ପ୍ରତ୍ୟାଶା ଏହା ପୂର୍ବରୁ ଦ୍ୱିତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତି ପରୀକ୍ଷାରେ କୃତିତ୍ୱର ସହ ବୃତ୍ତି ପରୀକ୍ଷାରେ ଅଂଶଗ୍ରହଣ କରି କ୍ରମାଗତ ସଫଳତା ବଜାୟ ରଖିଆସୁଛନ୍ତି । ଏହି ସଫଳତା ନିମନ୍ତେ ସେ ବିଦ୍ୟାଳୟର ଗୁରୁଜୀ-ଗୁରୁମା, ଜେଜେବାପା, ଜେଜେମା, ଅଜା, ଆଈ ଆଦି ସମସ୍ତ ଗୁରୁଜନଙ୍କୁ ବିନୀତ କୃତଜ୍ଞତା ଜଣାଇଛନ୍ତି । ପ୍ରକାଶ ଥାଉକି ସୁଶ୍ରୀ ପ୍ରତ୍ୟାଶା ଭଦ୍ରକ ଜିଲ୍ଲା, ଜଗନ୍ନାଥପୁର ଗ୍ରାମନିବାସୀ ଜ୍ୟୋତିର୍ବିଦ୍ ଶ୍ରୀଯୁକ୍ତ ଭାଗୀରଥି ନାୟକ, ଶ୍ରୀମତୀ ସତ୍ୟଭାମା ନାୟକଙ୍କ ପୌତ୍ରୀ, ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱନାଥ ନାୟକଙ୍କ ଦୌହିତ୍ରୀ ତଥା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭଦ୍ରକ ଆଗରପଡାର ଶିକ୍ଷକ ପ୍ରଶିକ୍ଷକ ଡ. ପ୍ରଦୀପ କୁମାର ନାୟକ ଓ ବାଲେଶ୍ୱର ଜିଲ୍ଲା, ଅଡା ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ସୁକାନ୍ତି ନାୟକଙ୍କ ସୁପୁତ୍ରୀ ଅଟନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.