Home ଜିଲ୍ଲା ପରିକ୍ରମା ସମାଜସେବୀ ଦିବାକର ମହାନ୍ତିଙ୍କ ପରଲୋକ

ସମାଜସେବୀ ଦିବାକର ମହାନ୍ତିଙ୍କ ପରଲୋକ

65

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଡ଼ାକଘରର ଅବସରପ୍ରାପ୍ତ ହେଡ଼ ପୋଷ୍ଟମାଷ୍ଟର ତଥା ଭଦ୍ରକ ଗୋପାଳବିନ୍ଧା ଗ୍ରାମର ବିଶିଷ୍ଟ ସମାଜସେବୀ ଦିବାକର ମହାନ୍ତି (୮୪)ଙ୍କ ପରଲୋକ ଘଟିଛି । ସେ ବୟସାଧିକ୍ୟ କାରଣରୁ ଘରୋଇ ଚିକିତ୍ସାରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିବାରୁ ପରିବାରଲୋକେ ତାଙ୍କୁ ଡ଼ାକ୍ତରଖାନା ନେଇଯାଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ଶଯ୍ୟା ନିକଟରେ ବିଧବା ସ୍ତ୍ରୀ ସନ୍ତୋଷୀ, ପୁଅ ରବି ନାରାୟଣ, ବିରଞ୍ଚି ନାରାୟଣ, ରୁଦ୍ରନାରାୟଣ, ସାଇରାମ ବୋହୂ ହେମପ୍ରଭା, ଓଜସ୍ୱିନୀ ଓ ଝିଅ ମମତା ଉପସ୍ଥିତ ଥିଲେ । ୰ ମହାନ୍ତି ଜଣେ ସାଧୁ, ସଚ୍ଚୋଟ କର୍ମଚାରୀ ଥିବାବେଳେ ନିଜର ଜୀବଦ୍ଦଶାରେ ଅନେକଙ୍କୁ ଚାକିରି କରାଇଦେବା ସହିତ କେଶପୁରରର ଜଗନ୍ନାଥ ମନ୍ଦିର, ଭଦ୍ରାକାଳୀମନ୍ଦିରକୁ ନିୟମିତ ଧାନ ଧର୍ମ କରିଆସୁଥିବା ବେଳେ ବେଣୀପୁର ଗ୍ରାମ ଦେବତୀ ମନ୍ଦିର ନିର୍ମାଣରେ ମୁଖ୍ୟ ଭୂମିକା ନିଭାଇ ସଂପୃକ୍ତ ଅଞ୍ଚଳରେ ଜଣେ ସମାଜସେବୀ ହିସାବରେ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.