Home ଜିଲ୍ଲା ପରିକ୍ରମା ସମାଜ ଉପଯୋଗୀ ସୁନ୍ଦର ମଣିଷ ଥିଲେ ନବ ସାର୍‌, ସୁନାମଧନ୍ୟ ଶିକ୍ଷକ ନବକିଶୋର ପଲାଇଙ୍କ ସ୍ମୃତିଚାରଣ...

ସମାଜ ଉପଯୋଗୀ ସୁନ୍ଦର ମଣିଷ ଥିଲେ ନବ ସାର୍‌, ସୁନାମଧନ୍ୟ ଶିକ୍ଷକ ନବକିଶୋର ପଲାଇଙ୍କ ସ୍ମୃତିଚାରଣ ସଭା

143

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅଧିନସ୍ଥ ବରାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ସ୍ୱର୍ଗତ ନବକିଶୋର ପଲାଇଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ଓ ସ୍ମରଣିକା ଉନ୍ମୋଚନ ସଭା ତାଙ୍କ ଜନ୍ମସ୍ଥାନ ବରାଙ୍ଗରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିଚାରଣ ସଭାରେ ଅବସରପ୍ରାପ୍ତ ଶିକ୍ଷକ ବାବାଜୀ ଚରଣ ସାମଲ ସଂଯୋଜନା କରିଥିବାବେଳେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଇଂ. ଅଭୟ ସୂତାର, ବରିଷ୍ଠ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି, ଅଧିବକ୍ତା ଓ ସ୍ମୃତି ସଂସଦର ବରିଷ୍ଠ ଉପଦେଷ୍ଟା ଆଇନଜୀବୀ ଗଦାଧର ବଳ ଅତିଥି ଭାବେ ଯୋଗ ଦେଇଥିବାବେଳେ କେଦାରପୁର ସରପଞ୍ଚ ଭରତ ତ୍ରିପାଠୀ, ବ୍ରହ୍ମପୁର ପୂର୍ବତନ ସମିତିସଭ୍ୟ ମହେଶ୍ୱର ପଲାଇ, ସହଯୋଗୀ ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ବିଶ୍ୱାଳ, ଅଧ୍ୟାପକ ରଶ୍ମିରଞ୍ଜନ ମହାପାତ୍ର, ଲକ୍ଷ୍ମୀଧର ମହାପାତ୍ର, ଭାସ୍କର ଚନ୍ଦ୍ର ଜେନା, ଧନେଶ୍ୱର ପୁହାଣ, ବରାଙ୍ଗ ସ୍କୁଲର ପ୍ରଧାନଶିକ୍ଷକ ବିଜୟ କୁମାର ପଣ୍ଡା ପ୍ରମୁଖ ସ୍ମୃତିଚାରଣ କରିଥିଲେ । ଆଇନଜୀବୀ ଶ୍ରୀ ବଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ନବ ସାର୍‌ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭରୁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ସମବେଦନା ଜଣାଇ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଇତି ଅବସରରେ ନବ ସାର୍‌ଙ୍କ ଉପରେ ଆଧାରିତ “ସ୍ମୃତିର ଆଧାର ନବକିଶୋର” ପତ୍ରିକା ଉନ୍ମୋଚିତ ହୋଇଥିଲା । ବିଭିନ୍ନ ଅଂଚଳରୁ ଆସିଥିବା ମାନ୍ୟଗଣ୍ୟମାନେ ମଧ୍ୟ ସ୍ମୃତି ଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.