Home ଓଡ଼ିଶା ସତିଗୁଡା ଇକୋ ପାର୍କ ଆଧୁନିକରଣ,ଶିତତାପ ନିୟନ୍ତ୍ରୀତ ଅତ୍ୟାଧୁନିକ କଟେଜ,ରେଷ୍ଟୁରାଟଂ, ଓ୍ୟାଚଟାଓ୍ୟାର, ଫାଉଟେଂନ ଉଦଘାଟିତ

ସତିଗୁଡା ଇକୋ ପାର୍କ ଆଧୁନିକରଣ,ଶିତତାପ ନିୟନ୍ତ୍ରୀତ ଅତ୍ୟାଧୁନିକ କଟେଜ,ରେଷ୍ଟୁରାଟଂ, ଓ୍ୟାଚଟାଓ୍ୟାର, ଫାଉଟେଂନ ଉଦଘାଟିତ

20

ମାଲକାନଗିରି,୧ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସତିଗୁଡା ଜଳ ଭଣ୍ଡାର ନିକଟରେ ବନବିଭାଗ ପକ୍ଷରୁ କରାଯାଇଥିବା ଇକୋ ପାର୍କ ଆଧୁନିକରଣ ନିମନ୍ତେ ବିଭିନ୍ନ ଉନ୍ନୟନ ମୁଳକ ପଦକ୍ଷେପ ନିଆ ଯାଇଛି । ଇକୋ ପାର୍କ ପରିସରରେ ବନଖଣ୍ଡିୟ ଅଧିକାରୀ ପ୍ରଦୀପ ଦେବଦାସ ମିରସେ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ପାର୍କ ପରିସରରେ ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଶୀତତାପ ନିୟନ୍ତ୍ରିତ ୪ଟି କଟେଜ,ରେଷ୍ଟୁରାଟଂ,ଫାଉଟେଂନ,ପର୍ଯ୍ୟଟକ ଗ୍ୟାଲେରୀ,ସୌନ୍ଦଯ ର୍୍ୟ ପରିବେଶ ଦର୍ଶନ ନିମନ୍ତେ ଓ୍ୟାଚଟାଓ୍ୟାର,ଭୋଜି ସ୍ଥଳ ଉଦଘାଟନ କରିଛନ୍ତି । ଏହି ଅବସରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା,ଜିଲ୍ଲାସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ଜିଲ୍ଲାପାଳ ଡ.ୟେଦୁଲା ବିଜୟ,ଅତିରିକ୍ତ ଜିଲ୍ଲାପାଳ ବିରେସେନ ପ୍ରଧାନ,ପିଡି ଡିଆରଡିଏ ବାଳମୁକୁନ୍ଦ ଭୁୟାଁ ,ସହକାରି ବନସଂରକ୍ଷକ ଶ୍ରୀକାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମାଲକାନଗିରି ବନାଚଂଳଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ମାଲକାନଗିର ିଜିଲ୍ଲାରେ ରହିଥିବା ଅନେକ ପିକନିକ୍ ସ୍ଥାନ ମଧ୍ୟରୁ ସତିଗୁଡା ପରିବେଶୀୟ ପର୍ଯ୍ୟଟନସ୍ଥଳି(ଇକୋ ପାର୍କ) ଅନ୍ୟତମ ।ପ୍ରକୃତି ସହିତ ମଣିଷର ସମ୍ପର୍କ ବହୁପୁରାତନ,ବଣ ଜଙ୍ଗଲ ପାହଡ ଝରଣାପ୍ରତି ମଣିଷର ରହିଛି ଦୁର୍ବାର ଆକର୍ଷଣ, ଏହି ଆକର୍ଷଣକୁ ଭିତି କରି ଆଦିବାସୀ ଅଧ୍ୟୁଷିତ ବଣଜଙ୍ଗଲ ଘେରା ମାଲକାନଗିରି ଜିଲ୍ଲାରେ ଗଢି ଉଠିଛି ଛୋଟ ବଡ ପର୍ଯ୍ୟଟନ କ୍ଷେତ୍ର । ସେଥିମଧ୍ୟରୁ ସତୀଗୁଡା ଠାରେ ଥିବା ପରିବେଶୀୟ ପର୍ଯ୍ୟଟନସ୍ଥଳୀ ଅନ୍ୟତମ ,ସତୀଗୁଡା ଜଳଭଣ୍ଡାରରେ ମଟରଚାଳିତ ବୋଟିଂ ଓ ନୌକାବିହାର ଦୃଶ୍ୟ ଅତ୍ୟନ୍ତ ମନୋରମ, ଏହାର ନୀଳ ଜଲରାଶିରେ ମତ୍ସ କ୍ରୀଡା ସାଙ୍ଗକୁ ନାଉରିଆମାନଙ୍କ ମାଛ ଧରିବା ଦୃଶ୍ୟ ଅତ୍ୟନ୍ତ ଉପଭୋଗ୍ୟ ଅଟେ ।
ମାଲକାନଗିରି ଜୟପୁର ରାଜ୍ୟରାଜପଥ କଡରେ ସତିଗୁଡାଡ୍ୟାମ,ଜିଲ୍ଲା ସଦର ମହକୁମାଠାରୁ ୭କିମି ଦୂରରେ ସତୀଗୁଡା ଇକୋପାର୍କ ରହିଛି । ପବ ର୍ତଗୁମ୍ଫାରେ ସବ ର୍ପୁରାତନ ଶୈବପୀଠ ଶୋଭାମଣ୍ଡନ କରୁଛି,ପାହଡ ତିଖରେ ରାମ ସୀତା,ଲ କ୍ଷମଣ ଓ ହନୁମାନଙ୍କ ବିଗ୍ରହ ରହିଛି ।ବିଶାଳ ବୁଢାପବ ର୍ତ ର ପାଦ ଦେଶରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ,ଫଳ,ନାନା ପ୍ରାକର ଫୁଲ ଗୁଳ୍ମରେ ଆଛାଦିତ କାର ଯାଇଛି । ଦୀର୍ଘ ୩କିମି କଙ୍କ୍ରୀଟ ରାସ୍ତା ଓ ପାହଚ ପରିବ୍ୟସ୍ତ ପବ ର୍ତ ଶିଖରକୁ ଓ ବଣ ଭୋଜି ସ୍ଥଳ ଜଙ୍ଗଲକୁ ଚଲାପଥ ସୁବିଧା କରାଯାଇ ଏହାର ଉଭୟପାଶ୍ୱର୍ରେ ବିଭିନ୍ନ ବନ୍ୟପ୍ରାଣି ,ପକ୍ଷୀ,ଡାଏନ୍ ସର୍ ସିହତ ନର୍ତକୀ, ଝରଣା,ସ୍ଥାନିୟ ଆଦିବାସୀଙ୍କ ନୃତ୍ୟଶୈଳିର ପ୍ରତି ମୁର୍ତିସ୍ଥାପନ କରା ଯାଇଛି ।ପିଲାମାନଙ୍କ ମନୋରଂଜନ ନିମନ୍ତେ ଶିଶୁ ଉଦ୍ୟାନଟିଏ ମଧ୍ୟ ରହିଛି,ଏହି ଉଦ୍ୟାନରେ ଦୋଳି, ଉପରତଳ ଗଡା ଯନ୍ତ୍ର, ସେମେତଣ୍ଟ ଗଜଦନ୍ତ ପଲଙ୍କ,ମୟୁର ଆସନ,ହଂସ ଆସନ,ନିର୍ମାଣ କରାଯାଇଛି ।ଜଳ ଭଣ୍ଡାର ମଧ୍ୟରେ ନୌକାବିହାର ସହିତ ପାଦଚାଳିତ ବୋଟ, ଉକ୍ତ ସବୁଜ ଉଦ୍ୟାନଟିକୁ ସୁନ୍ଦର ଆଲୋକ ବ୍ୟବସ୍ଥା ସହିତ ବଣ ଭୋଜି ଓ ବୌଠକ ର ମଜା ନେବା ଲାଗି ମଣ୍ଡପ,ପର୍ଯ୍ୟଟକ ମାନଙ୍କ ପାଇଁ ସମସ୍ଥପ୍ରକାର ସୁବିଧା କରା ଯାଇଛି । ଏହି ସ୍ଥାନକୁ ପ୍ରତି ଦିନ ଅନେକ ପର୍ଯ୍ୟଟକ ଆସୁଥିବାବେଳେ ରବିବାର ଓ ଛୁଟିଦିନମାନଙ୍କରେ ଶତାଧିକ ସଂଖ୍ୟାରେ ପର୍ଯ୍ୟଟକ ମାନେ ଆସି ଜଳଭଣ୍ଡାରରେ ବୋଟଚାଳନା ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ବଣ ଭୋଜିର ମଜା ନେଇଥାନ୍ତି । ଏମିତିକି ପଡୋଶୀ ରାଜ୍ୟ ଛତିଶଗଡ ଓ ଆନ୍ଦ୍ର୍‌ପ୍ରଦେଶ ରୁ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ।ମାଲକାନଗିରି ଜିଲ୍ଲାରେ ଅନ୍ୟ କୌଣସି ମନୋରଜଂନର ବ୍ୟବସ୍ଥା ନଥିବାରୁ ରବିବାର ଓ ଛୁଟିଦିନ ମାନଙ୍କରେ କିଛିସମୟ ମନକୁ ହାଲକା କରିବାପାଇଁ ଜିଲ୍ଲାବାସୀ ସତୀଗୁଡା ପରିବେଶୀୟ ପର୍ଯ୍ୟଟନସ୍ଥଳୀକୁ ମନୋରଂଜନର ଏକ ମାଧ୍ୟମ ଭାବେ ବାଛି ନେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.