Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣାରେ ଯୁବକ ମୃତ

ସଡକ ଦୁର୍ଘଟଣାରେ ଯୁବକ ମୃତ

56

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ନେଉଳିଆ ନିକଟରେ ଘଟିଥିବା ସଡକ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଓଡି ୦୫ ବି ଡି ୫୫୨୫ନଂ ଡାଇରି ମିଲ୍କ ଗାଡିରେ କଟକ ଚୌଦ୍ୱାର ଥାନା ଅନ୍ତର୍ଗତ ଯାଯଭୈରବ ଗ୍ରାମର ବିଶ୍ୱନାଥ ସାମଲ(୨୦) ହେଲପର ଭାବେ କାର୍ଯ୍ୟ କରୁଥିଲେ । ସଂପୃକ୍ତ ଯାନ ସୋରୋ ଅଞ୍ଚଳରୁ ଦୁଗ୍ଧ ବିତରଣ କରି କଟକ ଫେରୁଥିବା ବେଳେ ରାତ୍ର ପ୍ରାୟ ୧୨ଟା ସମୟରେ ନେଉଳିଆ ନିକଟରେ ଦ୍ରୁତଗାମୀ ଅଜଣା ଟ୍ରକକୁ ଅତିକ୍ରମ କରୁଥିଲା । ଟ୍ରକଟି ସାଇଡ ମାରିବାରୁ ଡାଇରି ମିଲ୍କ ଗାଡିଟି ଭାରସାମ୍ୟ ହରାଇ ସମ୍ମୁଖସ୍ଥ ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଦୁଗ୍ଧ ଗାଡିର ସମ୍ମୁଖ ଭାଗ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ହେଲପର ବିଶ୍ୱନାଥ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା ବୋଲି ମୃତକର ଦାଦା ପବିତ୍ର ସାମଲ ଥାନାରେ ଅଭିଯୋଗ କରିଛନ୍ତି । ଶନିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଟ୍ରକ ୨ଟି ଫେରାର ହୋଇଯାଇଥିବା ବେଳେ ଦୁଗ୍ଧ ଗାଡିକୁ ପୁଲିସ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.