Home ଜିଲ୍ଲା ପରିକ୍ରମା ୬୦ ଲକ୍ଷ ଟଙ୍କା ମଞ୍ଜୁର କରି ସରକାର ଚୁପ୍‌, ନିର୍ମାଣ ଦାୟିତ୍ୱ ନେବାକୁ ବିଭାଗର ନା,ଆଖଣ୍ଡଳମଣି...

୬୦ ଲକ୍ଷ ଟଙ୍କା ମଞ୍ଜୁର କରି ସରକାର ଚୁପ୍‌, ନିର୍ମାଣ ଦାୟିତ୍ୱ ନେବାକୁ ବିଭାଗର ନା,ଆଖଣ୍ଡଳମଣି ବିଦ୍ୟାଳୟର ଶ୍ରେଣୀଗୃହ ପ୍ରକଳ୍ପ ଅନିଶ୍ଚିତତାରେ

0

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶିକ୍ଷାର ବିକାଶ ପାଇଁ ଅନୁଦାନ ମଞ୍ଜୁର କରିଦେଲେ ହେଲା ନାହିଁ, ତାହାର ବାସ୍ତବ ରୂପାୟନ ପାଇଁ ଦାୟିତ୍ୱ ନେବାକୁ ମଧ୍ୟ ପଡ଼ିବ। କିନ୍ତୁ ଏଠି ଚିତ୍ର ସମ୍ପୂର୍ଣ୍ଣ ଓଲଟା। ୬୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି, ନୂତନ ଶ୍ରେଣୀଗୃହ ନିର୍ମାଣର ଯୋଜନା ରହିଛି, ହେଲେ ନିର୍ମାଣ ଦାୟିତ୍ୱ ନେବାକୁ କାର୍ଯ୍ୟକାରୀ ସଂସ୍ଥା ମିଳୁନାହିଁ। ବିଭାଗୀୟ ନିୟମର ଦ୍ୱାହି ଦେଇ ପ୍ରକଳ୍ପ ଗ୍ରହଣରେ ଅନିଚ୍ଛା ପ୍ରକାଶ ପାଇଥିବାରୁ ସରକାରୀ ଅନୁଦାନର ବିନିଯୋଗକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଏଭଳି ବିଡ଼ମ୍ବନା ଭଦ୍ରକ ଜିଲ୍ଲା ପାଳସାହିସ୍ଥିତ ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦେଖାଦେଇଛି।ସରକାରୀ ଦସ୍ତାବିଜ୍ ଅନୁଯାୟୀ, ୨୦୨୫-୨୬ ଆର୍ôଥକ ବର୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ , ଓଡ଼ିଶା ପକ୍ଷରୁ ବିଦ୍ୟାଳୟର ଭିତିଭୂମି ବିକାଶ ଓ ପୁଞ୍ଜି ସମ୍ପତି ସୃଷ୍ଟି ପାଇଁ ୬୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ସରକାରୀ ନିୟମ ଅନୁସାରେ ବିଦ୍ୟାଳୟ ନିଜସ୍ୱ ସ୍ତରରେ ଏହି ନିର୍ମାଣ କାର୍ଯ୍ୟ କରିପାରିବ ନାହିଁ। ପୂର୍ତ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ଭଳି କାର୍ଯ୍ୟକାରୀ ସଂସ୍ଥା ମାଧ୍ୟମରେ ଅର୍ଥ ବିନିଯୋଗ ହେବାର ବ୍ୟବସ୍ଥା ରହିଛି। ଏହି ନିୟମ ଅନୁଯାୟୀ ବିଦ୍ୟାଳୟର ଅଧ୍ୟକ୍ଷ-ତଥା-ସମ୍ପାଦକ ଏବଂ ଗଭର୍ନିଂ ବଡ଼ିର ସଭାପତି ତଥା ଭଦ୍ରକ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ମାଣ ଦାୟିତ୍ୱ ଗ୍ରହଣ କରିବାକୁ ଆନୁଷ୍ଠାନିକ ଭାବେ ଅନୁରୋଧ କରାଯାଇଥିଲା।ମାତ୍ର ଇଞ୍ଜିନିୟ-ର୍ଇନ୍‌-ଚିଫ୍ (ଗ୍ରାମ୍ୟ ଉନ୍ନୟନ), ଭୁବନେଶ୍ୱରଙ୍କ ୧୩ ନଭେମ୍ବର ୨୦୨୬ ତାରିଖର ପତ୍ରରେ ଡିପୋଜିଟ୍ ଭିତିରେ ବିଦ୍ୟାଳୟ କୋଠା ନିର୍ମାଣ ପ୍ରକଳ୍ପ ଗ୍ରହଣ ନକରିବାକୁ ପୂର୍ବରୁ ନିର୍ଦ୍ଦେଶ ଥିବା ଦର୍ଶାଯାଇଛି। ଏଥିସହ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ-୨ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି।ତେବେ ଏଠାରେ ମୌଳିକ ପ୍ରଶ୍ନ ହେଉଛି, ୬୦ ଲକ୍ଷ ଟଙ୍କାର ପ୍ରକଳ୍ପ ପାଇଁ ନିର୍ମାଣକାରୀ ସଂସ୍ଥା ଚୟନ କରିବାରେ ପ୍ରଶାସନିକ ବ୍ୟବସ୍ଥା କାହିଁକି ବିଫଳ। ଗୋଟିଏ ବିଭାଗ ନିୟମ ଦର୍ଶାଇ ଦାୟିତ୍ୱ ନେବାକୁ ଅସମର୍ଥ ହେଲେ ଅନ୍ୟ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରିବାରେ କିଏ ପ୍ରତିବନ୍ଧକ ଅନୁଦାନ ମଞ୍ଜୁର କରିବା ପୂର୍ବରୁ ଏସବୁ ବ୍ୟବସ୍ଥା କରାଯାଇନଥିଲା କାହିଁକି। ଶିକ୍ଷାନୁଷ୍ଠାନର ବିକାଶ ପାଇଁ ମଞ୍ଜୁର ଅର୍ଥକୁ ନେଇ ଏଭଳି ଦାୟିତ୍ୱହୀନ ଟଣାଓଟରା ଆଦୌ ଗ୍ରହଣୀୟ ନୁହେଁ। ସରକାରୀ ନିୟମର ସମାଧାନ ଖୋଜିବା ପରିବର୍ତେ ନିୟମର ଆଳରେ ପ୍ରକଳ୍ପକୁ ଅନିଶ୍ଚିତତା ଭିତରେ ରଖିବା କେତେଦୂର ଯୁକ୍ତିସଙ୍ଗତ। ଜିଲ୍ଲା ପ୍ରଶାସନ ଓ ଉଚ୍ଚ ଶିକ୍ଷା ବିଭାଗ ଏହାର ଉତର ରଖିବା ଆବଶ୍ୟକ।୬୦ ଲକ୍ଷ ଟଙ୍କାର ଅନୁଦାନ କାଗଜପତ୍ରରେ ମଞ୍ଜୁର ହୋଇ ରହିଯିବା ଉଚିତ ନୁହେଁ। ତୁରନ୍ତ ଏକ ବିକଳ୍ପ କାର୍ଯ୍ୟକାରୀ ସଂସ୍ଥା ନିର୍ଦ୍ଧାରଣ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉ। ନଚେତ୍ ଶିକ୍ଷାର ବିକାଶ ନାଁରେ ମଞ୍ଜୁର ହୋଇଥିବା ଅର୍ଥର ସଦୁପଯୋଗ ନେଇ ପ୍ରଶାସନକୁ ଜବାବ ଦେବାକୁ ପଡ଼ିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.