ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ନଦିଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପ୍ରାକ୍ତନ ଓଏସଏପି ୪ ର୍ଥ ବାଟାଲିୟନର ଅବସରପ୍ରାପ୍ତ କର୍ମଚାରୀ ମାନସ ରଞ୍ଜନ ବାରିକ (୭୩) ବୁଧବାର ଦିନ ନିକଟସ୍ଥ କୋଚିଳା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନିଖୋଜ ହୋଇଯାଇଛନ୍ତି। ସୁଚନା ଥାଉକି ଶ୍ରୀ ବାରିକ ପ୍ରତିଦିନ ପରି ବୁଧବାର ଦିନ ପ୍ରାୟ ପୂର୍ବାହ୍ନ ୧୧ ଟା ସମୟରେ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାରବର୍ଗ ଏବଂ ଗ୍ରାମବାସୀମାନେ ଚିନ୍ତିତ ହୋଇ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ନଦୀ କୂଳରେ ତାଙ୍କର ଜୋତା ପଡ଼ିଥିବା ଦେଖିବାକୁ ମିଳିଥିଲା।ଘଟଣାସ୍ଥଳରେ ପରିସ୍ଥିତି ଗମ୍ଭୀର ହେବାରୁ ଧାମନଗର ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନଦୀରେ ଜୋରଦାର ଖୋଜାଖୋଜି ଜାରି ରଖିଥିଲେ ହେଁ, ସନ୍ଧ୍ୟା ପର୍ଯ୍ୟନ୍ତ ମାନସ ବାବୁଙ୍କର କୌଣସି ପା ମିଳିପାରି ନାହିଁ। ଏହି ଘଟଣାକୁ ନେଇ ସମଗ୍ର ନଦିଗାଁ ଓ ଆଖପାଖ ଅଂଚଳରେ ଲୋକ ଚିନ୍ତିତ ଅଛନ୍ତି ପ୍ରକାଶ ଥାଉକି ମାନସ ଚାକିରି ରୁ ଅବସର ପରେ ଗ୍ରାମରେ ରହୁଥିଲେ। ସେ ଜଣେ ମେଳାପୀ ଓ ପରୋପକାରୀ ଭାବରେ ବେଶ ପରିଚିତ ଅଛନ୍ତି।








