Home ଜିଲ୍ଲା ପରିକ୍ରମା ବିରଳ ବୌଦ୍ଧମୂର୍ତ୍ତି ଉଦ୍ଧାର

ବିରଳ ବୌଦ୍ଧମୂର୍ତ୍ତି ଉଦ୍ଧାର

38

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମୁଢ଼ାପଦା ବୈତରଣୀ ନଦୀଶଯ୍ୟାରୁ ଆଜି ଏକ ବିରଳ ବୌଦ୍ଧମୂର୍ତ୍ତି ଉଦ୍ଧାର ହୋଇଛି । ନଦୀରୁ ବାଲି ଉଠାଣ ବେଳେ ଏହି ମୂର୍ତ୍ତି ମିଳିଥିଲା । ଉଦ୍ଧାର ମୂର୍ତ୍ତିକୁ ବିଶ୍ୱମ୍ଭର ରାଉତଙ୍କୁ ହସ୍ତାନ୍ତର କରାଯାଇଥିଲା ଓ ଏହାକୁ ଷୋଳମପୁର ବୌଦ୍ଧବିହାର ସଂଗ୍ରହାଳୟରେ ସଂରକ୍ଷିତ କରାଯାଇଥିଲା । କଳା ଗ୍ରାନାଇଟ ପଥରରେ ନିର୍ମିତ ଏହି ମୂର୍ତ୍ତି ତ୍ରୟୋଦଶ କିମ୍ବା ଚତୁର୍ଦ୍ଦଶ ଶତାଦ୍ଦୀର ବୋଲି ଅନୁମାନ କରାଯାଉଛି । ମୂର୍ତ୍ତିର ଉଚ୍ଚତା ଏକ ଫୁଟ ଓ ବଜ୍ର୍ରଯାନ ବୌଦ୍ଧ ସମ୍ପ୍ରଦାୟ ଦ୍ୱାରା ପୂଜିତ ହେଉଥିଲା ବୋଲି ଜଣାଯାଇଛି । ଏହା ତ୍ରୀମୁଖି ମସ୍ତକ ଯୁକ୍ତ ଦୌଦ୍ଧଦେବୀ ତାରା ମୂର୍ତ୍ତି ଅଟେ । ତ୍ରିମୁଖର କର୍ଣ୍ଣରେ କୁଣ୍ଡଳ ଓ ବେକରେ ହାର ଖଚିତ ହୋଇଛି ଓ ବାପପାଶ୍ୱର୍ ପକ୍ଷଯୁକ୍ତ ହୋଇଛି । ରତ୍ନଗିରି ମହାକାଳ ମନ୍ଦିରରେ ପୂଜିତ ‘ବାଣେଶ୍ୱରନାଶି ପ୍ରଜ୍ଞାପାରମିତା’ ମୂର୍ତ୍ତି ସହ ଏହି ମୂର୍ତ୍ତିର ସାମଞ୍ଜସ୍ୟ ରହିଥିବା ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଡଃ ସୁନିଲ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି । ପ୍ରାପ୍ତ ମୂର୍ତ୍ତିରେ ଥିବା ସୁଉଚ୍ଚ ମୁକୁଟ ମଧ୍ୟରେ ବୁଦ୍ଧମୂର୍ତ୍ତି ଧ୍ୟାନମୁଦ୍ରାରେ ସ୍ଥାନିତ ହେବା ଦ୍ୱାରା ଏହି ମୂର୍ତ୍ତି ବିରଳତମ ବୋଲି କୁହାଯାଇ ପାରିବ ବୋଲି ଡଃ ପଟ୍ଟନାୟକ କହିଛନ୍ତି । ସମଗ୍ର ଦେଶରେ ଏଭଳି ମୂର୍ତ୍ତି ମିଳିବା କଷ୍ଟକର ବୋଲି ସେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଥାନା, ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଓ ପ୍ରଶାସନକୁ ଜଣାଇ ଦିଆଯାଇଛି । ଏଭଳି ମୂର୍ତ୍ତି ଉଦ୍ଧାର ହେବା ଦ୍ୱାରା ଷୋଳମପୁର ବୌଦ୍ଧବିହାରର ଗୁରୁତ୍ୱ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.