Home ଜିଲ୍ଲା ପରିକ୍ରମା ସଂଗୀତ କଳାକାର, ମୃତ୍ତିକା ଶିଳ୍ପୀ ରାମଚନ୍ଦ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ସଂଗୀତ କଳାକାର, ମୃତ୍ତିକା ଶିଳ୍ପୀ ରାମଚନ୍ଦ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳିତ

49

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା କଲେଇ ଗ୍ରାମପଞ୍ଚାୟତସ୍ଥିତ ଚୁନିଦା କ୍ଷେତ୍ରବାସୀ ସାହିର କୁମ୍ଭକାର ପରିବାରର ଭିକାରୀ ଚରଣ ସାହୁଙ୍କ ପୁତ୍ର ଦକ୍ଷ ଟେରାକୋଟା ଶିଳ୍ପୀ ତଥା ନାଟ୍ୟ ଓ ସଂଗୀତ କଳାକାର ରାମଚନ୍ଦ୍ର ସାହୁଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ତାଙ୍କ ଜନ୍ମ ମାଟିରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିବାରର ଯୋଗ ଓ ନୃତ୍ୟୁ ଗୁରୁ କାହ୍ନୁଚରଣ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିନ୍ମୟ ଫାଉଣ୍ଡେସନର ଆନ୍ତର୍ଜାତିକ ଅଧ୍ୟକ୍ଷ ତଥା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟର କାଉନସେଲର ଅଧ୍ୟାପକ ଡ. ଚିନ୍ମୟ ଦାଶ, ମୁଖ୍ୟବକ୍ତା ଭାବେ ମାଲିଖଣ୍ଡ ସରକାରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ସୁଧୀର ମୁଦୁଲି, ସମ୍ମାନିତ ଅତିଥି ଭାବେ ଦକ୍ଷ ସଂଗଠକ ତଥା ଯୁବ ସମାଜେସବୀ ତୁଷାରକାନ୍ତି ପରିଡା, ଆନନ୍ଦମାର୍ଗ ପ୍ରଚାରକ ସଂଘ ଭଦ୍ରକ ଶାଖାର ସଭାପତି ଜଗନ୍ନାଥ ରାୟ, ବରେଣ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ଅଭିରାମ ସାହୁ, ନୃତ୍ୟୁଗୁରୁ ମାଷ୍ଟର ମିହିର କୁମାର, ସଂଗୀତ ଶିଳ୍ପୀ କୁମାର ଚିନ୍ମୟ, ବାଦ୍ୟ କଳାକାର ଜଗବନ୍ଧୁ ସାହୁ, ବିଷ୍ଣୁଚରଣ ମୁଦୁଲି, ସୀତାକାନ୍ତ ବେହେରା, ଉତ୍କଳ ସଂଗୀତ ବିଦ୍ୟାଳୟର ଓଡ଼ିଶୀ ନୃତ୍ୟ ଶିଳ୍ପୀ ବନିତା ମହାରଣା ଓ ସମାଜସେବିକା ରଂଜିତା ପଣ୍ଡା ପ୍ରମୁଖ ଯୋଗଦେଇ ଲୋକକଳା ଓ ସଂସ୍କୃତି ତଥା ପିତୃଭକ୍ତି ଉପରେ ମାର୍ଗ ଦର୍ଶନ କରିଥିଲେ ।

ଏହି ସଭାରେ ଆକାଶବାଣୀ ଦୂରଦର୍ଶନ କେନ୍ଦ୍ରର କଳାକାର ନାଟ୍ୟଶ୍ରୀ ନିର୍ମଳ ରାଉତ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭରେ ଅବସରପ୍ରାପ୍ତ ଶିକ୍ଷକ ଅଭିରାମ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶାନ୍ତିମନ୍ତ୍ର ପାଠ କରିଥିଲେ ବଟକୃଷ୍ଣ ସେଠୀ । ଉତ୍କଳ ନୃତ୍ୟ ତରଙ୍ଗର କଳାକାରମାନେ ସେମାନଙ୍କର କଳାତ୍ମକ ପ୍ରତିଭା ପ୍ରଦର୍ଶନ କରିଥିବାବେଳେ ମଧୁସ୍ମିତା ସାହୁ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । କୁରାଳ ଫାଉଣ୍ଡେସନର ସଂପାଦକ ପୁରୁଷୋତ୍ତମ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ମଂଚ ସଂଚାଳନା କରିଥିଲେ ସସ୍ମିତା ସାହୁ, ମାତୃକାଳ ସ୍ୱୟଂ ସହାୟକ ସଂଘର ସରିତା ବେହେରା, ଗୀତାଞ୍ଜଳି ବେହେରା, ସୁବର୍ଣ୍ଣଲତା ସାହୁ, ନିରାକାର ସାହୁ ଏବଂ କୁରାଳ ଫାଉଣ୍ଡେସନର ସଭାପତି ଲୋକନାଥ ବେହେରା । ଉତ୍ସବ ଶେଷରେ ଗରିବ ଅସହାୟ ବ୍ୟକ୍ତିଙ୍କୁ ଶୁଖିଲା ଖାଦ୍ୟ ଓ ହର୍ଲିକ୍ସ ବଣ୍ଟନ କରାଯାଇଥିଲା । ତୃତୀୟ ପର୍ଯ୍ୟାୟ ମଧ୍ୟରାତ୍ର ମନୋରଂଜନ କାର୍ଯ୍ୟକ୍ରମରେ ଜେପି କ୍ରିଷ୍ଣାଙ୍କ ମ୍ୟାଜିକ୍ ପ୍ରଦର୍ଶନ ସହ ଉତ୍କଳ ନୃତ୍ୟ ତରଙ୍ଗର କଳାକାରମାନଙ୍କ ଦ୍ୱାରା ଲୋକ ସଂସ୍କୃତି ଉପରେ ନାଟ୍ୟ ସଂଗୀତ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏବଂ ବହୁ କୃତି ପ୍ରତିଭାଧରଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.