Home ଜିଲ୍ଲା ପରିକ୍ରମା ବିଦ୍ୟୁତ୍ ଆଘାତରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

ବିଦ୍ୟୁତ୍ ଆଘାତରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

30

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟୁତ୍ ବିଭାଗ କର୍ମଚାରୀମାନଙ୍କ ଖାମଖିଆଲି ମନୋଭାବ ଓ ଅବହେଳାରୁ ମୃତ୍ୟୁବରଣ କରିଥିବା ଭଦ୍ରକ ଜିଲା ଧୁଷୁରୀ ଥାନା ଅନ୍ତର୍ଗତ ବାଉତ୍ରାପାଳ ଗାଁର ରମେଶ ଚନ୍ଦ୍ର ନାୟକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବା ପାଇଁ ମାନ୍ୟବର ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୋଇଥିବା ପ୍ରସଙ୍ଗକୁ ଆଧାର କରି ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଆଇନ୍‌ଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ୱାରା ଦାଏର କରାଯାଇଥିବା ପିଟିସନ୍‌ର ଶୁଣାଣି କରି ଆୟୋଗ ଉକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସୂଚନା ଅନୁଯାୟୀ ତା ୧୬.୦୮.୨୨ ରିଖରେ ମୃତକ ନିଜ ବିଲରେ ଚାଷ କାମ ସାରି ଘରକୁ ଫେରୁଥିବା ସମୟରେ ଗାଁ ନିକଟରେ ଆଗରୁ ଓହଳି ପଡିଥିବା ଏଲଟି ଲାଇନ୍ ସଂସ୍ପର୍ଶରେ ଆସିବା ଦ୍ୱାରା ଘଟଣା ସ୍ଥଳରେ ସିଏ ଜଳି ଯାଇଥିଲେ । ଗ୍ରାମବାସୀମାନଙ୍କ ସହାୟତାରେ ପରିବାର ବର୍ଗ ତାଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ବିଦ୍ୟୁତ୍ ବିଭାଗର ଖାମଖିଆଲି ମନବୃତ୍ତି ଯୋଗୁଁ ଅନେକ ଜୀବନ ଅକାଳରେ ଝରିପଡିବା ସହିତ ପରିବାର ଗୁଡିକର ମେରୁଦଣ୍ଡ ଭାଙ୍ଗି ପଡିଛି । ତେଣୁ ମାନ୍ୟବର ଆୟୋଗ ଏହାର ବିଚାର କରିବା ପାଇଁ ଶ୍ରୀ ତ୍ରିପାଠୀ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.