Home ଜିଲ୍ଲା ପରିକ୍ରମା ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ୫୩୨ ବର୍ଷର କନ୍ଥାବସ୍ତ୍ର ପ୍ରଦର୍ଶନ ମହୋତ୍ସବ ପାଳିତ

ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ୫୩୨ ବର୍ଷର କନ୍ଥାବସ୍ତ୍ର ପ୍ରଦର୍ଶନ ମହୋତ୍ସବ ପାଳିତ

143

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଭଦ୍ରକର ସର୍ବପୁରାତନ ବୈଷ୍ଣବ ପୀଠ (ସନ୍ଥନଗର) ସନ୍ଥିଆ ସ୍ଥିତ ଶ୍ରୀ ଶ୍ରୀ ରାଧାମୋହନ ମନ୍ଦିରରେ ଆଷାଢ ଶୁକ୍ଳ ପଞ୍ଚମି ତିଥିରେ ୫୩୨ ବର୍ଷ ତଳର କଳିଯୁଗ ପାବନୀ ବତାରୀ ପ୍ରେମ ପୁରୁଷୋତ୍ତମ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଦିବ୍ୟ ଅଙ୍ଗଲାଗି କନ୍ଥାବସ୍ତ୍ର ପ୍ରଦର୍ଶନ ତଥା ଶ୍ରୀ ରାଧା ମଦନ ମୋହନ ଜୀଉଙ୍କର ପ୍ରତିଷ୍ଠାତା ସାର୍ବଭୌମ ଶ୍ରୀ ଗଂଗା ନାରାୟଣ ବିଦ୍ୟା ବାରିଷ୍ଟ୍ରିଙ୍କ ତିରୋଧାନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କରୋନା କଟକଣାର ସମସ୍ତ ନିୟମ ମାନି ପ୍ରାତଃ ୫ଟାରେ ମଙ୍ଗଳ ଆରତୀ ପରେ ଶ୍ରୀ ବିଗ୍ରହଙ୍କ ବିଶେଷ ପୂଜା କରାଯାଇ ଶ୍ରୀଲି ରଂଗନାରାୟଣଙ୍କ ଉଦ୍ଦେଶ୍ୟରେ ଶ୍ରୀଜୀଉଙ୍କ ତରଫରୁ ଗୋସ୍ୱାମୀ ପରିବାର ଦେବକୁମାର ଗୋସ୍ୱାମୀ ଦ୍ୱାରା ଓ ମନ୍ଦିରର କୁଳ ପୁରୋହିତ କେଦାର ଭଟ୍ଟାଚାର୍ଯ୍ୟଙ୍କ ପୌରହିତ୍ୟରେ ଶ୍ରାଦ୍ଧଉତ୍ସବ ସଂପାଦିତ ହୋଇଥିଲା । ବିଭିନ୍ନ ପ୍ରକାର ମିଷ୍ଟାନ୍ନ, ଫଳମୂଳ ନୈବେଦ୍ୟ ମଧ୍ୟ ଅର୍ପଣ କରାଯାଇଥିଲା । ପରେ ମନ୍ଦିରର ମହନ୍ତ ମହାରାଜ ତଥା ଗ୍ରାମର ବରିଷ୍ଠ ବ୍ୟକ୍ତିମାନଙ୍କ ଦ୍ୱାରା ଶ୍ରୀମନ୍ ମହାପ୍ରଭୁଙ୍କ ଲୀଳା କୀର୍ତ୍ତନ ପରିବେଶିତ ହୋଇଥିଲା । ମନ୍ଦିରର ମହନ୍ତ ଆଶୀଷ ଦେବ ଗୋସ୍ୱାମୀ ଉକ୍ତ ମହୋତ୍ସବ ତଥା ମଦନ ମୋହନଙ୍କ ମହନୀୟତା ସଂପର୍କରେ ସମ୍ୟକ ସୂଚନା ପ୍ରଦାନ ପରେ କୀର୍ତ୍ତନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଭକ୍ତମାନେ କନ୍ଥା ଦର୍ଶନ କରିବା ସହ ପ୍ରସାଦ ସେବନ କରି ନିଜକୁ କୁଥାର୍ଥ ମଣିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.