Home ଜିଲ୍ଲା ପରିକ୍ରମା ପୂର୍ବତନ ବିଧାୟକଙ୍କ ମାତୃ ବିୟୋଗରେ ଶୋକ

ପୂର୍ବତନ ବିଧାୟକଙ୍କ ମାତୃ ବିୟୋଗରେ ଶୋକ

113

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ମାତା ତଥା ସାଳନ୍ଦୀ ଦୁର୍ଗାପୂଜା କମିଟିର ପ୍ରତିଷ୍ଠାତା ସଭାପତି ଚକ୍ରଧର ଦାସଙ୍କ ସହଧର୍ମିଣୀ ପାର୍ବତୀ ଦାସଙ୍କର ୭୬ ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି । ଶ୍ରୀମତୀ ଦାସ ଜଣେ ଧର୍ମ ପରାୟଣା ମହିଳା ତଥା ବିନୋବା ଭାବେଙ୍କ ଭୁଦାନ ଆନ୍ଦୋଳନର ସକ୍ରିୟ କର୍ମୀ ଭାବେ ସାମିଲ ହୋଇଥିଲେ । ସେ ରୋଗଗ୍ରସ୍ତ ହୋଇ କଟକ ମେଡିକାଲରେ ଚିକିତ୍ସାଧୀନ ଥିଲେ । ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ଭଦ୍ରକ ଜିଲ୍ଲା ସଭାପତି ତଥା ଜୀବନବିନ୍ଦୁର ଜିଲ୍ଲା ସଂଯୋଜକ ଅଜୟ ନାୟକ ଗଭୀର ଶୋକ ପ୍ରକଟ କରିଛନ୍ତି । ଈଶ୍ୱର ଶୋକ ସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.