Home ଜିଲ୍ଲା ପରିକ୍ରମା ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ୫୩୨ବର୍ଷର କନ୍ଥାବସ୍ତ୍ର ପ୍ରଦର୍ଶନ ମହୋତ୍ସବ

ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ୫୩୨ବର୍ଷର କନ୍ଥାବସ୍ତ୍ର ପ୍ରଦର୍ଶନ ମହୋତ୍ସବ

43

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସର୍ବପୁରାତନ ବୈଷ୍ଣବ ପୀଠ (ସନ୍ଥନଗର) ସନ୍ଥିଆ ସ୍ଥିତ ଶ୍ରୀ ଶ୍ରୀ ରାଧା ମଦନ ମୋହନ ମନ୍ଦିରରେ ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ୫୩୨ ବର୍ଷ ତଳର କଳିଯୁଗ ପାବନୀ ଅବତାରୀ ପ୍ରେମ ପୁରୁଷୋତ୍ତମ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ଦିବ୍ୟ ଅଂଗଲାଗି କନ୍ଥାବସ୍ତ୍ର ପ୍ରଦର୍ଶନ ତଥା ଶ୍ରୀରାଧା ମଦନ ମୋହନ ଜୀଉଙ୍କର ପ୍ରତିଷ୍ଠାତା ସାର୍ବଭୌମ ଶ୍ରୀ ଗଂଗାନାରାୟଣ ବିଦ୍ୟାବାଚସ୍ପତିଙ୍କ ତିରୋଧାନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କରୋନା କଟକଣାର ସମସ୍ତ ନିୟମ ମାନି ପ୍ରାତଃ ୫ଟାରେ ମଙ୍ଗଳ ଆରତୀ ପରେ ଶ୍ରୀ ବିଗ୍ରହଙ୍କ ବିଶେଷ ପୂଜା କରାଯାଇ ଶ୍ରୀଲ ଗଂଗାନାରାୟଣଙ୍କ ଉଦ୍ଦେଶ୍ୟରେ ଶ୍ରୀଜିଉଙ୍କ ତରଫରୁ ଗୋସ୍ୱାମୀ ପରିବାରର ଦେବ କୁମାର ଗୋସ୍ୱାମୀ ଓ ମନ୍ଦିରର କୁଳ ପୁରୋହିତ କେଦାର ଭଟ୍ଟଚାର୍ଯ୍ୟଙ୍କ ପୌରୋହିତ୍ୟରେ ଶ୍ରାଦ୍ଧ ଉତ୍ସବ ସମ୍ପାଦିତ ହୋଇଥିଲା । ବିଭିନ୍ନ ପ୍ରକାର ମିଷ୍ଟାନ୍ନ, ଫଳମୂଳ ନୈବେଦ୍ୟ ଅର୍ପଣ କରାଯାଇଥିଲା । ପରେ ମନ୍ଦିରର ମହନ୍ତ ମହାରାଜ ତଥା ଗ୍ରାମର ବରିଷ୍ଠ ବ୍ୟକ୍ତି ମାନଙ୍କ ଦ୍ୱାରା ଶ୍ରୀମଦ୍ ମହାପ୍ରଭୁଙ୍କ ଲୀଳା କୀର୍ତ୍ତନ ପରିବେଷିତ ହୋଇଥିଲା । ମନ୍ଦିରର ମହନ୍ତ ଆଶିଷ ଦେବ ଗୋସ୍ୱାମୀ ଉକ୍ତ ମହୋତ୍ସବ ତଥା ମଦନମୋହନଙ୍କ ମହନୀୟତା ସମ୍ପର୍କରେ ସୂଚନା ପ୍ରଦାନ ପରେ କୀର୍ତ୍ତନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ଭକ୍ତମାନେ କନ୍ଥା ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.