Home ଜିଲ୍ଲା ପରିକ୍ରମା ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ପରିଚାଳନା କ୍ଷମତା ହାସଲ କଲା ଆଦାନୀ ଗ୍ରୁପ୍

ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ପରିଚାଳନା କ୍ଷମତା ହାସଲ କଲା ଆଦାନୀ ଗ୍ରୁପ୍

23

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍‌ର ମାଲିକାନାରେ ଥିବା ଆଦାନୀ ଏୟାରପୋର୍ଟ ହୋଲ୍ଡିଂ ଲିମିଟେଡ୍ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ପରିଚାଳନା କ୍ଷମତା ହାତକୁ ନେଇଛି । ଏନେଇ ଭାରତ ସରକାର, ମହାରାଷ୍ଟ୍ର ସିଟି ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ ଡେଭେଲପମେଣ୍ଟ କର୍ପୋରେସନ୍ ଏବଂ ମହାରାଷ୍ଟ୍ର ସରକାରଙ୍କ ଠାରୁ ଅନୁମୋଦନ ମିଳିସାରିଛି । ଉଭୟ ଯାତ୍ରୀ ଓ ମାଲ ପରିବହନ କ୍ଷେତ୍ରରେ ମୁମ୍ବାଇ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟ ହେଉଛି ଭାରତର ଦ୍ୱିତୀୟ ବ୍ୟସ୍ତବହୁଳ ବିମାନ ବନ୍ଦର । ଆଠଟି ବିମାନ ବନ୍ଦରର ପରିଚାଳନା ଓ ବିକାଶ ଦାୟିତ୍ୱ ସହିତ ଆଦାନୀ ଏୟାରପୋର୍ଟ ହୋଲ୍ଡିଂ ଲିମିଟେଡ୍ ଭାରତର ସର୍ବବୃହତ ବିମାନ ବନ୍ଦର ଭିତ୍ତିଭୂମି କମ୍ପାନୀ ଅଟେ । ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ପରିଚାଳନା ଦାୟିତ୍ୱ ହାତେଇବା ପରେ ଆଦାନୀ ଏୟାରପୋର୍ଟ ହୋଲ୍ଡିଂ ଲିମିଟେଡ୍ ବର୍ତ୍ତମାନ ଭାରତର ୩୩ ପ୍ରତିଶତ ଏୟାର କାର୍ଗୋ ନିୟନ୍ତ୍ରଣ କରିବ । ଆନ୍ତର୍ଜାତୀୟ ବିମାନ ପରିବହନ ଆସୋସିଏସନ ଆଶା କରୁଛି ଯେ ୨୦୨୨ ସୁଦ୍ଧା ବିଶ୍ୱର ଯାତ୍ରୀବାହୀ ବିମାନ ସେବା କୋଭିଡ ପୂର୍ବବର୍ତ୍ତୀ ୮୮ ପ୍ରତିଶତକୁ ଫେରିବ ଏବଂ ୨୦୨୩ ସୁଦ୍ଧା କୋଭିଡ ପୂର୍ବବର୍ତ୍ତୀ ସ୍ଥିତିକୁ ଅତିକ୍ରମ କରିବ । ୨୦୨୪ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ବିମାନ ଚଳାଚଳ ବଜାରରେ ପରିଣତ ହେବାକୁ ଯାଉଛି ।

ଏହି ସମୟରେ ଆଦାନୀ ଏୟାରପୋର୍ଟ ହୋଲ୍ଡିଂ ଲିମିଟେଡ୍ ସହିତ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଓ ନଭିମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ସାମିଲ ହେବା ଆମର ବିଟୁବି ଏବଂ ବିଟୁସି ବ୍ୟବସାୟ ମଡେଲଗୁଡିକୁ ଏକୀକରଣ କରିବାର ଉପାୟକୁ ପୁନଃ ଡିଜାଇନ୍ କରିବାରେ ସାହାଯ୍ୟ କରିବା ଏନେଇ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ କହିଛନ୍ତି, ଆମେ ବିମାନବନ୍ଦରକୁ ସ୍ଥାନୀୟ ଅର୍ଥନୈତିକ ବିକାଶ ଚଳାଇବା ପାଇଁ ଏକ ଶକ୍ତିଶାଳୀ ଇଞ୍ଜିନ ଭାବରେ ଦେଖୁ । ଏଥିସହ ଏକ ହବ୍ ଏବଂ ସ୍ପୋକ୍‌ମ ଡେଲରେ ଟାୟାର ୧ ସହର ସହିତ ଟାୟାର ୨ ଓ ୩ ସହରଗୁଡିକୁ ଆଣିବା ପାଇଁ ପ୍ରୟାସରେ ବିମାନ ବନ୍ଦରକୁ ଏକ ଗୁରୁତ୍ୱପୂଣ୍ଣ ଅଙ୍ଗ ଭାବେ ଦେଖୁଛୁ । ସହରାଞ୍ଚଳ-ଗ୍ରାଣୀଣ ବିଭେଦକୁ କମ୍ କରିବା ସହ ସମାନତା ଆଣିବାରେ ଏହି ହବ୍ ଓ ସ୍ପୋକ୍‌ମଡେଲ ଏକ ଆଧାର ଅଟେ । ବିମାନ ବନ୍ଦର ଗୁଡିକ ସହରର ଚିତ୍ରକୁ ପରିଭାଷିତ କରେ ଏବଂ ବ୍ୟବସାୟ,ପର୍ଯ୍ୟଟନ, ସହର ଅର୍ଥନୈତିକ ଅଭିବୃଦ୍ଧି ଏବ ଂବିଶ୍ୱ ଅର୍ଥନୈତିକ ଏକୀକରଣ ପାଇଁ ସ୍ଥାନ ଚୟନରେ ଗୁରୁତ୍ୱପୂର୍ଣ୍ଣ କାରଣ ହୋଇପାରନ୍ତି । ଆମର ଦୃଷ୍ଟିକୋଣ ହେଉଛି ଭବିଷ୍ୟତର ସହର ଗୁଡିକ ସୃଷ୍ଟି କରୁଥିବା ଅର୍ଥନୈତିକ ମୂଲ୍ୟ ବିମାନବନ୍ଦର ଗୁଡିକରେ ସର୍ବାଧିକ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.