Home ଜିଲ୍ଲା ପରିକ୍ରମା ଜମିବାଡି ମାମଲାରୁ ତେଣ୍ଟା ପଥର ମାଡ, ୪ ଆହତ

ଜମିବାଡି ମାମଲାରୁ ତେଣ୍ଟା ପଥର ମାଡ, ୪ ଆହତ

33

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜମିବାଡି ବିବାଦକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ସଂଘର୍ଷ ଘଟି ୪ଜଣ ଆହତ ହୋଇଛନ୍ତି । ସାବରଙ୍ଗ ଥାନା ଅଧୀନ ଚାପୁଣ୍ଡିଆ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଜମିବାଡି ବିବାଦ ଲାଗି ରହିଥିଲା । ଏ ନେଇ ଥାନା ଠାରୁ କୋର୍ଟ ପର୍ଯ୍ୟନ୍ତ ମାମଲା ଯାଇଥିଲା । କୋର୍ଟରେ ମାମଲା ଚାଲୁଥିବା ବେଳେ ଗୋଟିଏ ପକ୍ଷ ବିବାଦୀୟ ଜମି ଉପରେ ଆଜି ଛାତ ପକେଇବାକୁ ଯାଉଥିଲେ । ଏହାକୁ ଅନ୍ୟ ପକ୍ଷ ପ୍ରତିବାଦ କରିଥିଲେ । ଯାହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ପ୍ରଥମେ ଟେକା ପଥରରୁ ଆରମ୍ଭ ହୋଇ ତେଣ୍ଟା ଭୁସାଭୁଷି ପର୍ଯ୍ୟନ୍ତ ଯାଇଥିଲେ । ତେବେ ଏହି ଗଣ୍ଡଗୋଳରେ ୨ଜଣଙ୍କ ବେକ ଓ ତଣ୍ଟିରେ ତେଣ୍ଟାରେ ଆଘାତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ପଥର ମାଡରେ ଦେହରେ କ୍ଷତ ହୋଇଛି । ତୁରନ୍ତ ଆମ୍ବୁଲାନ୍‌ସ ଯୋଗେ ସେମାନଙ୍କୁ ଆଣି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ସାବରଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି । ପୁଲିସ ୪ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.