Home କେନ୍ଦୁଝର ଶ୍ରୀଜଗନ୍ନାଥ ଚେତନା ଏବଂ ୪୪ତମ ପ୍ରାଦେଶିକ ସମ୍ମିଳନୀ ପାଇଁ ଭୂମୀପୂଜା

ଶ୍ରୀଜଗନ୍ନାଥ ଚେତନା ଏବଂ ୪୪ତମ ପ୍ରାଦେଶିକ ସମ୍ମିଳନୀ ପାଇଁ ଭୂମୀପୂଜା

17

ହାଟଡ଼ିହି, ୧୫ । ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଚାରଣ ଗୋଷ୍ଠୀ ପୁରୀ ଦ୍ୱାରା ତିନିଦିନ ଧରି ଆୟୋଜିତ ହେବାକୁ ଥବବା ଶ୍ରୀ ଜଗନ୍ନାଥ ଚେତନା ତଥା ୪୪ତମ ପ୍ରାଦେଶିକ ସମ୍ମିଳନୀ ପାଇଁ ହାଟଡିହି ବ୍ଲକ ସମଣା ପଞ୍ଚାୟତର କଦମ୍ବଡିହୀ ଠାରେ ଭୂମୀପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚାରଣଗୋଷ୍ଠୀର ଲକ୍ଷ ଅନୁଯାଇ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଚେତନା ସହରାଞ୍ଚଳ ଠାରୁ ଆରମ୍ଭ ହୋଇ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରସାରିତ କରାଯାଉଛି । ଚାରଣ ଗୋଷ୍ଠୀର ଦଳପତି ଉପଦଳପତି, ସମ୍ପାଦକ ଙ୍କ ନିର୍ଦ୍ଦେଶକ୍ରମେ ମାର୍ଚ୍ଚ ୩୧ତାରିଖ ଠାରୁ ଏପ୍ରିଲ ୨ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । କଦମ୍ବଡିହୀ ଠାରେ ଅନୁଷ୍ଠିତ ହେବାକୁଥିବା ଏହି ଜଗନ୍ନାଥ ଚେତନା ମହାପର୍ବରେ ଶ୍ରୀମନ୍ଦିର ପୁରୀରୁ ଆଜ୍ଞାମାଳା ଆସିବାପାଇଁ ସ୍ଥିରିକୃତ ହୋଇଛି । ଏହି ସମ୍ମିଳନୀରେ ସାଧୁସନ୍ଥଙ୍କ ସହିତ ଚାରଣ ଗୋଷ୍ଠୀର ମା’ ଭଉଣୀ ମାନେ ଯୋଗଦାନ କରିବେ । ଏହି ଭୂମୀ ପୂଜନ ଉତ୍ସବରେ ପୁରୋହିତ ଭାବେ ପତିତ ପାବନ ନନ୍ଦ ଓ ବିଚିତ୍ରାନନ୍ଦ ଦାଶ ଭୂମୀ ପୂଜା କରିଥିଲେ । ଶ୍ରୀମନ୍ଦିରରୁ ଆସିଥିବା ପତିତପାବନ ବେତ୍ରକୁ ଏକ ବାଉଁଶ ଦ୍ୱାରା ଯଜ୍ଞ ଭୂମୀରେ ଲଗାଯାଇଥିଲା । କର୍ତ୍ତା ଭାବରେ କଦମ୍ବଡିହୀ ଚାରଣ ଶାଖାର ଶ୍ରୀମତୀ ସୁଲୋଚନା ନାୟକ, ଏବଂ ମଦନ ମୋହନ ନାୟକ ପୂଜାର୍ଚ୍ଚନା କରିଥିବାବେଳେ ଚାରଣ ଗୋଷ୍ଠୀ କେନ୍ଦୁଝରର ନବଘନ ରାଉତ, ବାସୁଦେବ ବେହେରା, ସୁରେନ୍ଦ୍ର ନାୟକ, ଶତୃଘ୍ନ ଭଞ୍ଜ ଉପସ୍ଥିତ ଥିଲେ । କଦମ୍ବଡିହୀ ଗ୍ରାମର ରାମଚନ୍ଦ୍ର ନାୟକ, ପିତାମ୍ବର ଦାଶ, ଘନଶ୍ୟାମ ନାଏକ, ବୈଷ୍ଣବ ନାଏକ, ରାଜେନ୍ଦ୍ର ନାୟକ, କୁଳମଣି ନାୟକ, କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.