Home କୋରାପୁଟ ନେରେଡିବାଲସାରେ ଖୋଲିଲା ସୁଲଭ ମୂଲ୍ୟ ଦୋକାନ ଉପକେନ୍ଦ୍ର

ନେରେଡିବାଲସାରେ ଖୋଲିଲା ସୁଲଭ ମୂଲ୍ୟ ଦୋକାନ ଉପକେନ୍ଦ୍ର

25

କୋରାପୁଟ ୧୫-୦୩(ଓଡିଆ ପୁଅ /ରଂଜନ ଦାସ)କୋଟିଆ ଗ୍ରାମ ପଂଚାୟତରେ ରହିଥିବା ସୁଲଭ ମୂଲ୍ୟ ଦୋକାନକୁ ଦୂରଦୂରାନ୍ତରୁ ହିତାଧିକାରୀ ଆସି ଚାଉଳ ନେବା କଷ୍ଠସାଧ୍ୟ ହେଉଥିବା ଅଭିଯୋଗ ହେଉଥିଲା ।କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ ଅଖତରଙ୍କ ନିର୍ଦ୍ଦେଶକ୍ରମେ ନେରେଡିବାଲସାରେ ଏକ ଉପକେନ୍ଦ୍ର ସ୍ଥାପନ କରାଯାଇଛି ।ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସୋମବାର ଦିନ ଉପକେନ୍ଦ୍ରଟିକୁ ଉଦଘାଟନ କରିଥିଲେ ।ନେରେଡିବାଲସା ଉପକେନ୍ଦ୍ରରେ  ସେ ହିତାଧିକାରୀମାନଙ୍କୁ ଚାଉଳ ପ୍ରଦାନ କରିଥିଲେ ।ରାଜ୍ୟ ସରକାର କୋଟିଆ ଗ୍ରାମପୁଞର ଲୋକମାନଙ୍କ ସୁବିଧା ନିମନ୍ତେ କୋଟିଆଠାରେ ଏକ ନୂତନ ଗୃହରେ ୧୦ ଶଯ୍ୟା ବିଶିଷ୍ଟ ହସପିଟାଲ ସ୍ଥାପନ କରିଥିବା ବେଳେ ଯିବା ଆସିବା ନିମନ୍ତେ ରାସ୍ତା ନିର୍ମାଣ କରିଛନ୍ତି ।ଯଦ୍ୱରା ଲୋକମାନେ ସୁବିଧାରେ ଯିବା ଆସିବା କରୁଛନ୍ତି ବୋଲି ସେ ପ୍ରକାଶ କରିବା  ସହ ଲୋକମାନଙ୍କ ଜୀବନଜୀବିକା ନିମନ୍ତେ ସମସ୍ତ ପ୍ରକାର ବନ୍ଦୋବସ୍ତ କରୁଥିବା  ସେ ସୂଚନା ଦେଇଛନ୍ତି । ଉଦଘାଟନୀ ଉତ୍ସବରେ ଜିଲ୍ଲାପରିଷଦ ସଦସ୍ୟ ଲଇଚନ ଖରା , ଜିଲ୍ଲା ଯୋଗାଣ ଅଧିକାରୀ ତୁଲାରାମ ନାୟକ , ଅତିରିକ୍ତ ଯୋଗାଣ ଅଧିକାରୀ ରବି ନାରାୟଣ ନନ୍ଦ , ପଟ୍ଟାଙ୍ଗୀ ବ୍ଲକ ବଜାର ନିୟନ୍ତ୍ରକ ସୋନାଲି ଖରା ପ୍ରମୁଖ ଉପସ୍ଥିତ ଥିଲେ ।ନେରେଡିବାଲସା ଉପକେନ୍ଦ୍ରରେ ତାଡିବାଲସା ,ଧୂଲିପଦର , ଆରଜୁବାଲସା , ସିଡିବାଲସା ,କୁମ୍ଭିଗୁଡା ପ୍ରଭୃତି ଗ୍ରାମର ୨୯୮ ଜଣ କାର୍ଡଧାରୀ  ଉପକୃତ ହେବେ ବୋଲି ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.