Home ଜିଲ୍ଲା ପରିକ୍ରମା ଶୁଭବେଳାରେ ଅଘଟଣ ; ବାହାଘର ବାଣଫୁଟାରେ ଯୁବକଙ୍କର ଆଖି ନଷ୍ଟ ହେଲା

ଶୁଭବେଳାରେ ଅଘଟଣ ; ବାହାଘର ବାଣଫୁଟାରେ ଯୁବକଙ୍କର ଆଖି ନଷ୍ଟ ହେଲା

96

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ଜନିତ କଟକଣା ଏବେ ବାହାଘର ଲୋକଙ୍କ ପରିବାରଙ୍କ ଉପରେ ଚଡକ ପକାଇଛି । ଉଭୟ ବର ଓ କନ୍ୟା ପକ୍ଷଙ୍କୁ ଘାରିଛି କେମିତି ହେବ ବାହାଘର । ବର ଯିବ କେମିତି, କନ୍ୟାଘର ଲୋକେ କେମିତି ସେମାନଙ୍କୁ ସ୍ୱାଗତ କରିବେ, ଏମିତି ଅସରନ୍ତି ଚିନ୍ତା ଓ ସମସ୍ୟା ଭିତରେ କାଁ ଭାଁ ଚାଲିଛି ବାହାଘର । କେତେକ ଏଭଳି ଅବସ୍ଥାରେ ଲୁଚାଛପାରେ ମଧ୍ୟ ବାହା ହେଉଛନ୍ତି । ଏହିଭଳି ଏକ ବାହାଘର ଆଜି ଭଦ୍ରକ ପୌରପାଳିକା ଅଧୀନସ୍ଥ ଲାହାପଟିର ଲାଲ୍‌ଟୁ ନାମକ ଯୁବକ କ୍ଷେତ୍ରରେ ହୋଇଥିବାବେଳେ ବାଣ ଫୁଟି ଜଣେ ସଂପର୍କୀୟଙ୍କ ଆଖି ନଷ୍ଟ ହୋଇଛି । ଲାଲ୍‌ଟୁର ପରିବାର ବିବାହ ପାଇଁ ପଟ୍ଟାମୁଣ୍ଡାଇ ଅଭିମୁଖେ ବାହାରିଥିବାବେଳେ ଦାଣ୍ଡରେ ବର ବାଇକ୍‌ରେ ବସି ଯିବାବେଳେ ସାଙ୍ଗସାଥୀମାନେ ଖୁସିରେ ରାସ୍ତା ଉପରେ ବାଣ ଫୁଟାଇଥିଲେ । ଠିକ୍ ଏହି ସମୟରେ ବୋଝ ଉପରେ ନଳିତା ବିଡା ଭଳି ବିପଦ ମାଡିଆସିଥିଲା । ରାସ୍ତାରେ ଆସୁଥିବା ଜଣେ ବ୍ୟକ୍ତିଙ୍କ ଉପରେ ବାଣ ପଡିବା ଫଳରେ ତାଙ୍କର ଆଖି ଓ ମୁଣ୍ଡରେ ଲାଗିଥିଲା ଶକ୍ତ ଆଘାତ । ଗୁରୁତର ଯୁବକଟିର ଘର ଧନାଟୋଲା, ନାମ ନାସିର ଓ ସେ ମାଛ ବ୍ୟବସାୟ କରନ୍ତି ବୋଲି ଜଣାପଡିଛି । ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଏହି ଅଘଟଣ ଘଟିଛି । ଯୁବକଟିର ଗୋଟିଏ ଆଖି ନଷ୍ଟ ହୋଇଯାଇଥିବାର ଜଣାପଡିଛି । ଏଭଳି ଅଭାବନୀୟ ଘଟଣାକୁ ନେଇ ଉଭୟପକ୍ଷ ଦୁଃଖ ପ୍ରକାଶ କରିଥିବାବେଳେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.