Home ଜିଲ୍ଲା ପରିକ୍ରମା ମାନବିକତା ଭୁଲିଗଲେ ରାଣୀତାଲବାସୀ

ମାନବିକତା ଭୁଲିଗଲେ ରାଣୀତାଲବାସୀ

70

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ରାଣୀତାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନାର ଦ୍ୱିତୀୟ ଡୋଜ୍ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୧୮ ତାରିଖରେ ଏଠାରେ ୬ ଶହରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକା ଦିଆଯାଇଥିଲା । ଦ୍ୱିତୀୟ ଟୀକା ନେବାର ସମୟ ସରିଆସୁଥିବାବେଳେ ଏଠାରେ ଆଉ ଖୋଲୁନଥିଲା ଟୀକାଦାନ କେନ୍ଦ୍ର । ଫଳରେ ରାଣୀତାଲ ବାସୀଙ୍କ ସହ ଆଲୋଚନା ପରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଏହାର ଗୁରୁତ୍ୱ ଉପଲବ୍ôଧ କରି ଜିଲା ଚିକିତ୍ସାଧିକାରୀଙ୍କ ସହ ବିଚାର ବିମର୍ଶ ପରେ ଏଠାରେ ଦ୍ୱିତୀୟ ଥର ଟୀକାଦାନ କେନ୍ଦ୍ର ଖୋଲିବାକୁ ପରାମର୍ଶ ଦେଇଥିଲେ । ଯାହାଫଳରେ ଆଜି ପୁଣିଥରେ ଏଠାରେ ଦ୍ୱିତୀୟ ଡୋଜ୍ ଟୀକାକରଣ ଆରମ୍ଭ ହୋଇଛି । ମାତ୍ର ଏଠାରେ ଆଜି ଏକ ଅଜବ ପରିସ୍ଥିତି ଦେଖିବାକୁ ମିଳିଥିଲା । ଦ୍ୱିତୀୟ ଟୀକାଦାନର ସମୟ ସରିଆସୁଥିବା ବରିଷ୍ଠ ନାଗରିକଙ୍କୁ ପଛକରି ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକେ ଆଗେ ନେବାକୁ ଗହଳି କରିଥିଲେ । ଏଭଳି ପରିସ୍ଥିତି ହୋଇଥିଲା ଯେ ବହୁ ବୁଢାବୁଢି ଖରାରେ ଠିଆ ହୋଇ ଶେଷରେ ନିରାଶ ହୋଇ ଫେରିଯାଇଥିଲେ । ବିଧାୟକଙ୍କ ମହାନତା ପାଇଁ ରାଣୀତାଲ ବିକାଶ ମଂଚର ସଭାପତି ଭାଗୀରଥି ନାୟକ, ଆବାହକ ଗଣେଶ ଦାସ, ସାମ୍ବାଦିକ ନଗେନ୍ଦ୍ର ପାଣି, ତପନ କୁମାର ପଣ୍ଡା, ଅଂଜନ କୁମାର ଲେଙ୍କା, ଜଗଦଳପୁରର ପୂର୍ବତନ ସରପଞ୍ଚ ବିଜୟ କୁମାର ମହାପାତ୍ର, ରାହାଞ୍ଜର ପୂର୍ବତନ ସରପଞ୍ଚ ରବିନ୍ଦ୍ର ସାହୁ ପ୍ରମୁଖ ତାଙ୍କୁ ସାଧୁବାଦ ଜଣାଇଥିଲେ ବି ଆଜି ଯେଭଳି ରାଣୀତାଲବାସୀ ନିଜର ମାନବିକତା ଭୁଲି ପିତାମାତା ତୁଲ୍ୟ ବୁଢାବୁଢୀଙ୍କୁ ଅଣଦେଖା କଲେ, ତାହା ନିନ୍ଦନୀୟ ବୋଲି ଚର୍ଚ୍ଚା ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.