Home ଜିଲ୍ଲା ପରିକ୍ରମା ଶିକ୍ଷା ହିଁ ଜ୍ଞାନର ମାପକାଠି,ମଣିଷ ସମାଜକୁ ସତ୍ ମାର୍ଗଦେଖାଇ ଥାଏ , ମଡର୍ନ ଇଂରାଜୀ ବିଦ୍ୟାଳୟ...

ଶିକ୍ଷା ହିଁ ଜ୍ଞାନର ମାପକାଠି,ମଣିଷ ସମାଜକୁ ସତ୍ ମାର୍ଗଦେଖାଇ ଥାଏ , ମଡର୍ନ ଇଂରାଜୀ ବିଦ୍ୟାଳୟ ନୂତନ କ୍ୟାମ୍ପସ ପ୍ରବେଶ ଉତ୍ସବ

201

ମାଲକାନଗିରି,୩୦ା୧(ଓଡିଆ ପୁଅ ) ଶିକ୍ଷା ହିଁ ଜ୍ଞାନର ମାପକାଠି,ଶିକ୍ଷାଦ୍ୱାରା ମଣିଷ ସମାଜ ସତ୍ ମାର୍ଗରେ ପରିଚାଳିତ ହୋଇ ଜଣେ ଭଲମଣିଷ ପାଲଟିଥାଏ ବୋଲି ମାଲକାନଗିରି ମର୍ଡନ ଇଂରାଜୀ ବିଦ୍ୟାଳୟର ନୂତନ କ୍ୟାମ୍ପସ ପ୍ରବେଶ ଉତ୍ସବ ଅବସରରେ ଯୋଗଦେଇଥିବା ଅତିଥି ମାନେ ବକ୍ତବ୍ୟ ପ୍ରଦାନକରିଛନ୍ତି । ଜିଲ୍ଲାସଦର ମହକୁମାଠାରେ ଥିବା ବହୁପୁରାତନ ମଡର୍ନ ଇଂରାଜୀ ବିଦ୍ୟାଳୟର ନୂତନ କ୍ୟାମ୍ପସ ପ୍ରବେଶ ଉତ୍ସବ ବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାଆରକ୍ଷୀ ଅଧିକ୍ଷକ ରିଶିକେଶ ଡି ଖିଲାରୀ,ମୁଖ୍ୟବକ୍ତାଭାବେ ଜିଲ୍ଲାଶିକ୍ଷା ଅଧିକାରୀ ରମେଶଚନ୍ଦ୍ର ସେଠୀ,ସମ୍ମାନୀତ ଅତିଥି ଭାବେ ତହସିଲଦାର ଗୁଣନିଧି ନାୟକ,ସାହିତ୍ୟ ଏକାଡେମୀ ସଦସ୍ୟ ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ ,କୋରକୁଣ୍ଡା ପଚାଂୟତ ସରପଚଂ ବଶିଂଧର ମୁଦୁଲି,ବରିଷ୍ଠନାଗରିକ ସ୍ୟାମସୁନ୍ଦର ସାମଲ ଯୋଗଦେଇ ବିଦ୍ୟାଳୟର ନୂତନ କ୍ୟାମ୍ପସ ଉଦଘାଟନ କରି ଇଟରନେଟ କମ୍ପୁଟର ଯୁଗରେ ନିଜ ମାତୃଭାଷା କୁ ସମ୍ମାନ ଜଣାଇବା ସହ ରାଜଭାଷା ଇଂରାଜୀ କୁ ଜାଣିବା ଆବଶ୍ୟକତା ରହିଛି,ପାଠପଢି କେବଳ ଚାକିରି ପଛରେ ନ ଦୈଡି ଜଣେ ଭଲମଣିଷ ହୋଇ ସମାଜର ହିତସାଧାନ କଲେ ଶିକ୍ଷାର ଉପଯୁକ୍ତ ମୂଲ୍ୟ ମିଳିବ,ଶିକ୍ଷା ହିଁ ଜ୍ଞାନର ମାପକାଠି,ମଣିଷ ସମାଜକୁ ସତ୍ ମାର୍ଗଦେଖାଇ ଥାଏ ବୋଲି କହିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ ବିଦ୍ୟାଳୟ କମିଟର ସଦସ୍ୟ ସ୍ୟାମସୁନ୍ଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟତ୍ରୀ ,ଶତାଧିକ ଛାତ୍ର ଛାତ୍ରୀ ଅଭିଭାବକ, ବୁଦ୍ଧିଜୀବୀ,ଶିକ୍ଷାବିତ ମାନେ ଯୋଗ ଦେଇଥିଲେ । ସଭାପ୍ରାରମ୍ଭରେ ଗୃହଶୁଦ୍ଧି ଓ ଆବାହନ ହୋମ ଯଜ୍ଞ,ସରସ୍ୱତୀଙ୍କ ପୂଜା ଓ ପୁଷ୍ପାଜଂଳୀପ୍ରଦାନ କରାଯାଇଥିଲା, ଅପରାହ୍ନରେ ପ୍ରସାଦ ସେବନ,ପ୍ରୀତିଭୋଜନ ର ଆୟୋଜନ ହୋଇଥିଲା । ରମ୍ୟରଜଂନ ପରିଡା,କେ ଦେଶୁରାଜୁ ଆଚାରୀ,ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.