Home ଖେଳ ରାଜ୍ୟସ୍ତରୀୟ ବ୍ରିଲିଆଣ୍ଟ କ୍ରିକେଟ ଟୁର୍ଣ୍ଣମେଣ୍ଟ, ନିମପୁର ଓ ଜୁଭେନାଇଲ କଟକ ଫାଇନାଲରେ

ରାଜ୍ୟସ୍ତରୀୟ ବ୍ରିଲିଆଣ୍ଟ କ୍ରିକେଟ ଟୁର୍ଣ୍ଣମେଣ୍ଟ, ନିମପୁର ଓ ଜୁଭେନାଇଲ କଟକ ଫାଇନାଲରେ

143

ଯାଜପୁର ୩୦ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ପବିତ୍ର ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଥିବା ପାଣିକୋଇଲିର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ବ୍ରିଲିଆଣ୍ଟ କ୍ରିକେଟ କ୍ଲବ ପକ୍ଷରୁ ୨୫ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣମେଣ୍ଟ । ପାଣିକୋଇଲି କଲେଜ ଖେଳ ପଡ଼ିଆରେ ଅନୁ୍‌ଷ୍ଠିତ ଆଜି ୨ଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ସେମିଫାଇନାଲ ମ୍ୟାଚରେ ନିମପୁର କଟକ ଓ ଜୁଭେନାଇଲ କଟକ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

 

ପ୍ରଥମାର୍ଦ୍ଧରେ ନିମପୁର କଟକ ବାନାମ ଏମସିସି ଯାଜପୁର ମଧ୍ୟରେ ଖେଳ ହୋଇଥିଲା । ଏମସିସି ଯାଜପୁର ଟସ ଜିଣି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ୬ ୱିକେଟ ହରାଇ ୧୩୫ ରନ ସଂଗ୍ରହ କରିଥିଲା ଜବାବରେ ନିମପୁର କଟକ ୧୭.୪ ଓଭରରେ ୪ ୱିକେଟ ହରାଇ ୧୩୬ରନ କରି ବିଜୟୀ ହେବା ସହ ଫାଇନାଲକୁ ପ୍ରବେଶ କରିଥିଲା । କଟକର ଅଭିଷେକ ନାୟକ ୫୪ ବଲରେ ୭୪ ରନ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । କେଉୃଁଝରର ମୋଜାକିର ଅଲ୍ଲୀ ୨୯ରନ ଦେଇ ୩ ୱିକେଟ ନେଇଥିଲେ । ଦ୍ୱିତୀୟାର୍ଦ୍ଧ ଖେଳ ୟୁନିକ କେଉଁଝର ବନାମ ଜୁଭେନାଇଲ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କେୁଉଁଝର ଟସ ଜିଣି ବ୍ୟାଂଟି କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୧୭ ଓଭରରେ ୮ ୱିକେଟ ଏହି ଖେଳକୁ ୧୨୫ ରନ ସଂଗ୍ରହ କରିଥିଲା । ଜବାନବରେ କଟକ ୧୩ ଓଭରରେ ୩ ୱିକେଟ ବିନିମୟରେ ୧୨୬ ରନ କରି ସହଜ ସାଧ୍ୟ ବିଜୟ ଲାଭ କରି ଫାଇନାଲକୁ ଉନ୍ନୀତ ହୋଇଥିଲା । କଟକର ରାମ ଚନ୍ଦ୍ର ବେହେରା ୨୦ ବଲରେ ୪୩ ରନ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । କେୁଁଝରର ରଜତ ସ୍ୱାଇଁ ୧୬ ବଲରେ ୩୪ ରନ ଓ କଟକର ସତ୍ୟ ପ୍ରକାଶ ତ୍ରିପାଡୀ ୪ ଓଭରରେ ୨୫ ରନ ଦେଇ ୩ ୱିକେଟ ନେଇଥିଲେ । ମ୍ୟାଚକୁ ରାଜେନ୍ଦ୍ର ଗାହାଣ ଓ ଉମେଶ ସାହୁ ପରିଚାଳନା କରିଥିବା ବେଳେ ଜ୍ଞାନ ରଂଜନ ଘଡେଇ ଓ ବାବୁ ସିହ୍ନା ଧାରାବିବରଣୀ ପ୍ରଦାନ କରିଥିଲେ । ସ୍କୋରର ଭାବେ ଅଭିଷେକ ମଲ୍ଲୀକ ଥିଲେ । ଶେଷରେ ସମ୍ପାଦକ ସେକ ଜହର ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥିଭାବେ ପ୍ରତାପ ଚନ୍ଦ୍ର ମଲ୍ଲୀକ ଓ ବସନ୍ତ ମହାନ୍ତି ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ ଦ୍ୱୟଙ୍କୁ ପୁରସ୍କୃତ କରିଥିଲେ । ବ୍ରିଲିଆଂଟ କ୍ରିକେଟ କ୍ଲବର ଅଭିରାମ ମହୀ, ଉମେଶ ସାହୁ, ଗଦାଧର ଓଝା, ନିରାକର ସ୍ୱାଇଁ, ପ୍ରଣୟ ପରିଡ଼ା, ମୋହନ ବାରିକ, ସେକ୍ ତାହେର ଅଲ୍ଲୀ, ରତିରଞ୍ଜନ ରାୟ, ପୁନିତ୍ ସାହୁ, ସ୍ମାରକ ରଞ୍ଜନ ସାହୁ, ଶୁଭଜିତ୍ ବେହେରା, ଅଭିଷେକ ମଲ୍ଲିକ, ସନ୍ଦିପ ବେହେରାଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.