Home ଓଡ଼ିଶା ଏଥର ଜମିବ ଯୋଡା ମହୋତ୍ସବ

ଏଥର ଜମିବ ଯୋଡା ମହୋତ୍ସବ

103

ଯୋଡା – ୩୦/୦୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଫେବୃଆରୀ ମାସ ୮ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ୩ଦିନ ବ୍ୟାପି ହେବାକୁ ଥିବା ଯୋଡା ମହୋତ୍ସବ ଚଳିତ ବର୍ଷ ଖୁବ ଜମିବ ବୋଲି କର୍ମକର୍ତ୍ତାମାନଙ୍କ ଉତ୍ସାହ ଓ ପ୍ରାକ ପ୍ରସ୍ତୁତିରୁ ଜଣାପଡିଛି । ଏହି ମହୋତ୍ସବଟି ଚଳିତ ବର୍ଷ ଦ୍ୱିତୀୟ ବର୍ଷରେ ପଦାର୍ପଣ ହେଉଥିବା ବେଳେ ଏ ନେଇ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ବିଗତ ବର୍ଷରେ ରହିଥିବା ଦୋଶ ତୃଟି ଗୁଡିକର ସୁଧାର ଆଣିବାରେ କର୍ମକର୍ତ୍ତାମାନେ ଏବେ ଠାରୁ ଚୁଡାନ୍ତ ନୀଳ ନକ୍ସା ପ୍ରସ୍ତୁତ କରିସାରିଲେଣି । ଗତ ବୁଧୁବାର ଦିନ ଏ ନେଇ ଯୋଡା ପୌରପାଳିକା ସଭା ଗୃହରେ ସରକାରୀ ଅଧିକାରୀମାନଙ୍କ ସହଯୋଗ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିର ରୁପରେଖା ନେଇ ଏକ ଚୁଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକଟିରେ ପୌରନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ବଡବିଲ ଉପଖଣ୍ଡ ପୁଲିସ ଅଧିକାରୀ ସତ୍ୟବିକାଶ ଭୂୟାଁ, ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁ, ଖଣି ଉପନିର୍ଦ୍ଦେଶକ ଲକ୍ଷ୍ମୀଧର ନାଏକ ଏବଂ ମହୋତ୍ସବ କମିଟିର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ । କେନ୍ଦ୍ରୀୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବଟିରେ ପ୍ରବଳ ଭିଡ ପରୀଲକ୍ଷିତ ହେଉଥିବା ବେଳେ ଶାନ୍ତି ସୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ ନିୟନ୍ତ୍ରଣ ଯେପରି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ୮ ତାରିଖ ଅପରାହ୍ନରେ କଲ୍ୟାଣ ମଣ୍ଡପ ଠାରୁ ଏକ ପଟୁଆର ବାହାରି ମହୋତ୍ସବ ପଡିଆରେ ପହଞ୍ଚିବ । ଏହି ଉଦ୍‌ଘାଟନି ଉତ୍ସବରେ ସନ୍ଧ୍ୟାରେ କାର୍ଲିଫର୍ନିଆରେ ଅବସ୍ଥାପିତ ବିଶିଷ୍ଠ ଓଡିଶି ନୃତ୍ୟ ଶିଳ୍ପୀ ଜ୍ୟୋତି ରାଉତ ତାଙ୍କର ଓଡିଶି ନୃତ୍ୟ ପରିବେଷଣ କରିବେ । ସମ୍ବଲପୁର ରଙ୍ଗ ଫରୁଆ ଅନୁଷ୍ଠାନକ କଳାକାରମାନେ ସମ୍ବଲପୁରୀ ନୃତ୍ୟ ଓ ଖୋର୍ଦ୍ଧାରୁ ଆସିଥିବା ପାଇକ ନୃତ୍ୟ ପରିବେଷଣ କରାଯିବ । ୯ ତାରିଖ ପୂର୍ବାହ୍ନ ୧୦ଘଟିକା ସମୟରେ ଡଗ୍ ସୋ, ଚିତ୍ରାଙ୍କନ, ସଙ୍ଗୀତ ପ୍ରତିଯୋଗୀତା, ମହିଳାଙ୍କ ନିମନ୍ତେ ମ୍ୟୁଜିକ୍ ଚେୟାର, ରୋପ ପୁଲିଙ୍ଗ, ଫ୍ୟାନ୍ସି ଡ୍ରେସ, ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠୀତ ହେବ । ସନ୍ଧ୍ୟାରେ ପୁରୀରୁ ଆସିଥିବା ମାଲଖାନ ଗୃପ ତାଙ୍କର କଳା ପ୍ରଦର୍ଶନ କରିବା ଏବଂ ପରେ ସୁନାମଧନ୍ୟ ଓଲିଓଡ କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢୀ ଏବଂ ସାଥି ସଙ୍ଗୀତ ପରିବେଷଣ କରିବେ । ସେହିପରି ୧୦ ତାରିଖ ପୂର୍ବାହ୍ନରେ ବେବି ସୋ, ନୃତ୍ୟ, ସଙ୍ଗୀତ ଓ ସୁନ୍ଦରୀ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଉଦ୍‌ଯାପନି ସନ୍ଧ୍ୟାରେ ବଡି ବିଲଡିଂ ସୋ ପରେ କଲିକତାର ପ୍ରସିଦ୍ଧ କଣ୍ଠଶିଳ୍ପୀ ତଥା ସାରେଗାମାପା ର ଅଭିକ ଓ ଅନ୍ତରା ଚକ୍ରବର୍ତ୍ତୀ ସଙ୍ଗୀତ ପରିବେଷଣ କରିବେ ବୋଲି ଜଣାପଡିଛି । ଏହା ବ୍ୟତିତ ଏହି ମହୋତ୍ସବ ପଡିଆରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅନେକ ଗୁଡିଏ ଖାଦ୍ୟ ଷ୍ଟଲ ମାନ ଖୋଲାଯିବ । ଓଡିଶାର ବିଭିନ୍ନ ପୁରପଲ୍ଲୀରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ହାତ ତିଆରି ବିଭିନ୍ନ ଖାଦ୍ୟ ପଦାର୍ଥ ଏବଂ ଉତ୍ପାଦନ ପ୍ରଦର୍ଶନ କରିବେ । ଚଳିତ ବର୍ଷ କଟକ ଦହିବରା, ତନ୍ଦୁରି ଚା, ମାଟି ହାଣ୍ଡି ମାଂସ ର ସ୍ୱାଦ ଯୋଡା ଜନସାଧାରଣଙ୍କର ଚାଖିପାରିବେ ବୋଲି କମିଟିର ସମ୍ପାଦକ ସୁଶାନ୍ତ କୁମାର ବାରିକ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.