Home ଜିଲ୍ଲା ପରିକ୍ରମା ଶିକ୍ଷା ଓ ଜୀବନକୌଶଳ ସମ୍ବନ୍ଧରେ ବିସ୍ତୃତ ଆଲୋଚନା, ଅନ୍ତେବାସୀ ଶିଶୁମାନଙ୍କ ପାଇଁ କ୍ୟାରିୟର କାଉନସେଲିଂ କର୍ମଶାଳା

ଶିକ୍ଷା ଓ ଜୀବନକୌଶଳ ସମ୍ବନ୍ଧରେ ବିସ୍ତୃତ ଆଲୋଚନା, ଅନ୍ତେବାସୀ ଶିଶୁମାନଙ୍କ ପାଇଁ କ୍ୟାରିୟର କାଉନସେଲିଂ କର୍ମଶାଳା

3

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ, ସଂଯୋଗ କଟକ ,ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ କମିଟି,ଭଦ୍ରକ ଙ୍କ ସହଯୋଗ ରେ ଜିଲ୍ଲା ସ୍ତରରେ ଥିବା ୭ଗୋଟି ଶିଶୁ ଅନୁଷ୍ଠାନର ଅନ୍ତେବାସୀ ଙ୍କ ନିମନ୍ତେ “କ୍ୟାରିୟର କାଉନସେଲିଂ” ଶୀର୍ଷକ ଏକ ସଚେତନତା ମୂଳକ କର୍ମଶାଳା ସଂଯୋଗ ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟା ସିଂ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ, ସଦସ୍ୟ ପ୍ରଦୀପ୍ତ କୁମାର କର, ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଓ ବରିଷ୍ଠ ଆଇନ୍ ଅଧିକାରୀ ସୁବ୍ରତ ଦାସ ପ୍ରମୁଖ ଯୋଗଦାନ କରି ଶିଶୁମାନଙ୍କ ଭବିଷ୍ୟତ ପାଇଁ କ୍ୟାରିୟର ବିକଳ୍ପ, କୌଶଳ ଉନ୍ନତି ଓ ଲକ୍ଷ୍ୟ ନିର୍ଦ୍ଧାରଣ ସମ୍ପର୍କରେ ଆଲୋକପାତ କରି ଥିଲେ ।ବିଷୟ ବିଶାରଦ ରୂପେ ରାମ କିଶୋର ଶର୍ମା ଯୋଗଦାନ କରି କ୍ୟାରିୟର ଚୟନ, ଶିକ୍ଷା ଓ ଜୀବନ କୌଶଳ ବିଷୟରେ ବିସ୍ତୃତ ଆଲୋଚନା କରି ବିଭିନ୍ନ ଶିଶୁ ଅନୁଷ୍ଠାନ ରେ ରହୁଥିବା ଅନ୍ତେବାସୀ ଶିଶୁମାନଙ୍କୁ ନିଜ ଭବିଷ୍ୟତ ପାଇଁ ନୂତନ ଦିଗ ଓ ଆତ୍ମବିଶ୍ୱାସ ଲାଭ କରିବାକୁ ପରାମର୍ଶ ଦେଇଥିଲେ।ଅନ୍ତେବାସୀ ଓ ଶିଶୁ ଅନୁଷ୍ଠାନ ର କର୍ମକର୍ତା ପ୍ରାୟୋଗିକ ଦିଗରେ ମାର୍ଗଦର୍ଶନ ଲାଭ କରିଥିଲେ। ମଂଚ ଆହ୍ୱାନ ସଂଯୋଗ ର ମଣ୍ଡଳ ସଂଯୋଜିକା ରୂପାଲି ମହାନ୍ତି ପ୍ରଦାନ ବେଳେ ମଣ୍ଡଳ ସଂଯୋଜକ ଜଗନ୍ନାଥ ସାହୁ ,ବିକାଶ ମହାନ୍ତି, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶିଶୁ ସୁରକ୍ଷା ଶାଖା ର ପିଓଆଇସି ବିଶ୍ୱ ନାରାୟଣ ପଣ୍ଡା, ପିଓଏନାଇସି ସ୍ୱାଗତିକା ବାରିକ୍‌,ଦମୟନ୍ତୀ ଦାଶ,ମହେଶ ଦାଶ,ଲକ୍ଷ୍ମୀ ପ୍ରିୟା ମଲ୍ଲିକ ସମେତ ଶିଶୁ ଅନୁଷ୍ଠାନ ର ଅଧୀକ୍ଷକ ସରିତା ସାମଲ, ଲିପିକା ପଣ୍ଡା,ଯୋଗମାୟା ଚାନ୍ଦ, ଜ୍ୟୋତିପ୍ରକାଶ ପତି ,ତଥାଗତ ଜେନା, ଦେବିସ୍ମିତା ମହାନ୍ତି,ସମ୍ବିତ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ପରିଶେଷରେ ଶିଶୁ ସୁରକ୍ଷା ଶାଖା ର ବରିଷ୍ଠ ଆଇନ୍ ଅଧିକାରୀ ସୁବ୍ରତ ଦାସଙ୍କ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.