Home ଜିଲ୍ଲା ପରିକ୍ରମା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସପିଙ୍କୁ ଭେଟିଲେ ଅଭିଯୋଗକାରିଣୀ

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସପିଙ୍କୁ ଭେଟିଲେ ଅଭିଯୋଗକାରିଣୀ

2

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ କଣ୍ଡରଗଡ଼ିଆ ଗ୍ରାମରେ ସ୍ନିଗ୍ଧାରାଣୀ ବେହେରା (୫୧)ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ଭାଇ ଓ ପୁତୁରାମାନେ ପୂର୍ବ ଶତ୍ରୁତାକୁ ନେଇ ମିଳିତ ଆକ୍ରମଣ କରିଥିଲେ। ଏନେଇ ସ୍ନିଗ୍ଧା ଅଭିଯୋଗ କରିବାପରେ ପୀରହାଟ ପୋଲିସ ୬ଜଣଙ୍କ ନାମରେ ଏକ ମକଦ୍ଦମା ୨୪୩/୨୬ ଏକ ମକଦ୍ଧମା ରୁଜୁ କରିଥିଲା । ତେବେ ଘଟଣାର ୧୫ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମନ ହେବାରୁ ସ୍ନିଗ୍ଧା ଅସନ୍ତୋଷ ପ୍ରକାଶ କରି ବୁଧବାର ସିନିୟର ଏସପି ମନୋଜ କୁମାର ରାଉତଙ୍କୁ ଭେଟି ଏନେଇ ଅଭିଯୋଗ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିବେଦନ କରିଥିଲେ । ସିନିୟର ଏସପି ରାଉତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ତିହିଡି଼ ଥାନା ଗୁଆମାଳ ପଞ୍ଚାୟତ ଅଧୀନ ମୋଡ଼ସାହି ଗ୍ରାମର ସ୍ନିଗ୍ଧାରାଣୀ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ଗତ ମାସ ୧୮ତାରିଖରେ କଣ୍ଡରଗଡ଼ିଆ ଗ୍ରାମସ୍ଥିତ ତାଙ୍କ ବାପଘରକୁ ଯାଇଥିଲେ । ପୂର୍ବରୁ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଅନ୍ୟ ସମ୍ପର୍କୀୟଙ୍କ ମଧ୍ୟସ୍ଥତାରେ ସେ ସେଠାକୁ ଯାଇଥିଲେ । ଆଲୋଚନା ବେଳେ ସ୍ନିଗ୍ଧାରାଣୀଙ୍କୁ ତାଙ୍କ ଭାଇମାନେ ଗାଳିଗୁଲଜ କରିଥିଲେ । ସେ ଏହାର ପ୍ରତିବାଦ କରିବା ସହ ମୋବାଇଲରେ ଏହାକୁ ରେକର୍ଡିଙ୍ଗ କରିବାରୁ ଅପରପକ୍ଷମାନେ ତାଙ୍କ ମୋବାଇଲ ଓ ଭ୍ୟାନିଟ ବ୍ୟାଗ ଛଡ଼ାଇ ନେବା ସହ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ସେ ଚେତାଶୂନ୍ୟ ହୋଇପଡିବାରୁ ତାଙ୍କ ମା ମୁହଁରେ ପାଣି ଛାଟି ଚେତା ଫେରାଇବା ସହ ତୁରନ୍ତ ସେଠୁ ଚାଲିଯିବାକୁ ପରାମର୍ଶ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ପରେ ସ୍ନିଗ୍ଧାରାଣୀ ପୀରହାଟ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ଏଥିସହ ଆକ୍ରମଣକାରୀଙ୍କ ମଧ୍ୟରେ ଜଣେ ଆଇନଜୀବୀ ଥିବାରୁ ସ୍ନିଗ୍ଧାରାଣୀ ଏ ସମ୍ପର୍କରେ ଭଦ୍ରକ ବାର ଆସୋସିଏସନର ସମ୍ପାଦକଙ୍କୁ ଲିଖିତ ଭାବେ ଜଣାଇ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବିକରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.