Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜର ବିଭିନ୍ନ ସମସ୍ୟା ନେଇ ଛାତ୍ରଛାତ୍ରୀ ଜିଲା ପ୍ରଶାସନର ଦ୍ୱାରସ୍ଥ

ଭଦ୍ରକ କଲେଜର ବିଭିନ୍ନ ସମସ୍ୟା ନେଇ ଛାତ୍ରଛାତ୍ରୀ ଜିଲା ପ୍ରଶାସନର ଦ୍ୱାରସ୍ଥ

3

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ନେଇ ଆଜି ଛାତ୍ର ସଂସଦ ନବନିର୍ବାଚିତ ପ୍ରତିନିଧିଙ୍କ ସହ ବହୁ ଛାତ୍ର ଛାତ୍ରୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।ଏମାନଙ୍କ ଦାବି ଗୁଡିକ ହେଲା କଲେଜ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ଦୃଷ୍ଟିରୁ କଲେଜ ମୁଖ୍ୟ ଫାଟକ ନିକଟରୁ ବେରିକେଡ଼କୁ ସ୍ଥାନାନ୍ତର କରାଯାଉ।କଲେଜ କ୍ୟାମ୍ପସ ଓ ଖେଳ ପଡିଆର ଉନ୍ନତି କରଣ ସହ ବିଦ୍ୟୁତ ଆଲୋକର ବ୍ୟବସ୍ଥା ଯୋଗାଇଦେବା ପାଇଁ ଦାବି କରାଯାଇଛି।ଏହା ବ୍ୟତୀତ ଛାତ୍ରୀ ମାନଙ୍କ ନିରାପୠା ଦୃଷ୍ଟିରୁ ମହିଳା ସୁରକ୍ଷା କର୍ମଚାରୀ ମାନଙ୍କୁ ନିଯୁକ୍ତି ଦେବାପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି।ଛାତ୍ରବାସ ଗୁଡିକର ଅନ୍ତେବାସୀ ମାନଙ୍କ ଉନ୍ନତ ଚଳଣି ନିମନ୍ତେ ହଷ୍ଟେଲ ଗୁଡିକର ପୁନରୁଧ୍ୟାର କାର୍ଯ୍ୟ ସହ ଉନ୍ନତିକରଣ ପାଇଁ ଦାବି କରିଛନ୍ତି।ଏହାବ୍ୟତୀତ କଲେଜ କ୍ୟାମ୍ପସ ରେ ଉପୁଜୁଥିବା ଜଳାବରୋଧ ସମସ୍ୟା ର ସମାଧାନ ପାଇଁ କ୍ୟାମ୍ପସ ରେ ଥିବା ରୋଡ ଗୁଡିକର ଉନ୍ନତି କରଣ ସହ ବର୍ଷା ଋତୁରେ କଲେଜ ପରିସରରୁ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥାର ସୁପରିଚାଳନା ପାଇଁ ଦାବିକରାଯାଇଛି।ଛାତ୍ର ଛାତ୍ରୀ ମାନଙ୍କ ହିତ ଦୃଷ୍ଟିରୁ କଲେଜର ଏହି ପ୍ରମୁଖ ସମସ୍ୟା ଗୁଡିକର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମହାବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଅମିତ ମହାନ୍ତି,ସଂପାଦକ ପ୍ରକାଶ ନାୟକ,ଉପସଭାପତି ଅନିତା ଯେନା,ସହ ସମ୍ପାଦକ ଜ୍ୟୋତିରଞ୍ଜନ ଦାସଙ୍କ ସହ ବହୁ ଛାତ୍ରଛାତ୍ରୀମାନେ ପ୍ରଶାସନକୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.