ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧର୍ମରମାସ କାର୍ତିକମାସ ଠାରୁ ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ଏଥିପାଇଁ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠକୁ ରାଜ୍ୟ ଓ ରାଜ୍ୟ ବାହାରୁ ଅଗଣିତ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି। ହେଲେ ପୀଠକୁ ସଂଯୋଗ କରୁଥିବା ଭଦ୍ରକ- ଆରଡି ୩୫ ନମ୍ବର ରାଜ୍ୟ ରାଜପଥ ସହ କୁଆଖିଆ – ଆଖଣ୍ଡଳମଣି ୨୦ ନମ୍ବର ଜାତୀୟ ରାଜପଥ, ମତୋ- ଆରଡି, ତିହିଡି- ଆରଡି ରାସ୍ତା ସହ ପୀଠକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଅଧିକାଂଶ ଅଂଚଳରେ ଚଳିତ ବୈତରଣୀ ବନ୍ୟାରେ ଧୋଇ ଯାଇ କେଉଁଠି କଂକ୍ରିଟ ଢଳାଇ ରାସ୍ତା ଫାଟିକରି ଆଁ କରି ରହିଛି ତ ଆଉ କେଉଁଠି ପିଚ, ମେଟାଲ, ବାଲି ଉଠିଯିବାରୁ ଖାଲଖମା ସୃଷ୍ଟି ହୋଇଛି। ଫଳରେ ପ୍ରତିଦିନ ବିପଦପୂର୍ଣ୍ଣ ଭାବେ ଶ୍ରୀକ୍ଷେତ୍ର ପୁରୀ ସହ ରାଉରକେଲା, ଭୂ୍ୱନେଶ୍ୱର, କଟକ, ଭଦ୍ରକ ସହ ପଡୋଶୀ କଲିକତାରୁ ୩୦ରୁ ଉର୍ଦ୍ଧ ବସ ଚଳାଚଳ କରୁଛି, ସେହିପରି ପୀଠକୁ ଯାତ୍ରୀବାହି ଛୋଟବଡ ଗାଡି ସହ ଓ ପର୍ଯ୍ୟଟନ ଗାଡି ଯାତାୟତ କରୁଛି। ହେଲେ ବନ୍ୟା ଛାଡ଼ିବାର ଇତିମଧ୍ୟରେ ୨ମାସ ବିିତିଲାଣି ଧୋଇଯାଇଥିବା ରାସ୍ତାର ମରାମତି ହେବା ତ ଦୂରର କଥା ବାଲି ଗୁଡ଼ି ମୁଠାଏ ପଡ଼ି ପାରିଲା ନାହିଁ। ଫଳରେ ଖାଲଖମା ଓ ବିପଦପୂର୍ଣ୍ଣ ରାସ୍ତାରେ ପଥଚାରୀ ଯାତାୟତ ସମୟରେ ଛୋଟବଡ ଦୂର୍ଘଟଣାମାନ ଘଟୁଛି। ଆଗକୁ କାଳୀପୂଜା ଓ ପଂଚକବ୍ରତ ରହିଛି ବାବାଙ୍କ ପୀଠକୁ ହଜାରହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ବଢିବ। ଏଥିପୂର୍ବରୁ ଖାଲଖମା ଓ ଫାଟ ସୃଷ୍ଟି ହୋଇଥିବା ରାସ୍ତାର ମରାମତି ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
Home ଜିଲ୍ଲା ପରିକ୍ରମା ବନ୍ୟା ଛାଡ଼ିବାର ୨ମାସ ବିତିଲା, ଧୋଇଯାଇଥିବା ରାସ୍ତାର ମରାମତି ନହୋଇଲା, ବିପଦପୂର୍ଣ୍ଣ ରାସ୍ତାରେ ଯାତାୟତ କରୁଛି...







