Home ଓଡ଼ିଶା ଶିକ୍ଷକ ନେତା ନିଗମାନନ୍ଦ ପାଣିଗ୍ରାହୀଙ୍କ ଦେହାନ୍ତ

ଶିକ୍ଷକ ନେତା ନିଗମାନନ୍ଦ ପାଣିଗ୍ରାହୀଙ୍କ ଦେହାନ୍ତ

80

ବାହାନଗା,୨୮ା୮(ଭାରତୀ ଦାସ / ଓଡ଼ିଆ ପୁଅ) ଶିକ୍ଷକ ନେତା ତଥା ଶିକ୍ଷକ ଓ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା)ର ସାଧାରଣ ସମ୍ପାଦକ ନିଗମାନନ୍ଦ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇ ଯାଇଛି । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବରୁସିଂ ପଞ୍ଚାୟତ ପାଟରା ଗ୍ରାମରରେ ତାଙ୍କର ଘର । କିନ୍ତୁ ରୋଗରେ ପୀଡ଼ିତ ହୋଇ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବାର ଜଣାପଡ଼ିଛି । ମୃତ୍ୟୁରେ ସାରା ଶିକ୍ଷା ଜଗତରେ ଶୋକର ଛାୟା ଖେଳି ଯାଇଛି । ସେ ଶିକ୍ଷକତାରୁ ଜୀବନ ଆରମ୍ଭ କରି ଶିକ୍ଷକ ନେତା ପରେ ଓଷ୍ଟାର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ । ସେ ଜଣେ ବାଗ୍ମି, ଦୃଢମନା ବ୍ୟକ୍ତି ଥିବା ସହ ଶିକ୍ଷା ଜଗତରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଥିଲେ । ତାଙ୍କ ଦେହାନ୍ତ ପରେ ତାଙ୍କ ମର ଶରୀରକୁ ପରିବାର ଲୋକେ ଶେରଗଡ଼ ସ୍ଥିତ ବାସ ଭବନକୁ ନେଇ ଆସିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, ୨ପୁତ୍ର, ପୁତ୍ର ବଧୂ, ଝିଅ , ଜ୍ୱାଇଁ, ନାତି , ନାତୁଣୀ ଉପସ୍ଥିତ ଥିଲେ । ଜିଲ୍ଲାରୁ ବହୁ ଶିକ୍ଷକ ଓ ଓଷ୍ଟାର କର୍ମକର୍ତ୍ତା ବାଦଲ ପାତ୍ର, ଦୀପକ କୁମାର ଆଚାର୍ଯ୍ୟ, ମନୋରଞ୍ଜନ ଦାସ, ଜଗବନ୍ଧୁ ପାତ୍ର, ନବକିଶୋର ବାରିକ,ସିଦ୍ଧାର୍ଥ ଶଙ୍କର ବାରିକ, ଲକ୍ଷ୍ମୀଧର ମୁଦୁଲି, ଶ୍ୟାମସୁନ୍ଦର ଜେନା, ଅଞ୍ଜନ ଚାନ୍ଦ , ପ୍ରମୋଦ ସାହୁ ପ୍ରମୁଖ ପହଞ୍ଚିବା ସହ ବହୁ ରାଜ ନେତା ଓ ମାଣ୍ୟଗଣ୍ୟ ବ୍ୟକ୍ତି ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଦେଇ ଶେଷ ଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.