Home ଅପରାଧ କାହା ଅନୁମତିରେ ଚାଲିଛି ହରିଚନ୍ଦନପୁର ସପ୍ତାହିକ ହାଟ

କାହା ଅନୁମତିରେ ଚାଲିଛି ହରିଚନ୍ଦନପୁର ସପ୍ତାହିକ ହାଟ

99

ହରିଚନ୍ଦନପୁର,ତା ୨୮ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଠାରେ ସାପ୍ତାହିକ ହାଟ୍ କାହା ଅନୁମତିରେ ଚାଲିଛି ତାହାକୁ ନେଇ ଜନସାଧାରଣରେ ଉଠୁଛି ବଡ଼ ପ୍ରଶ୍ନ । ହରିଚନ୍ଦନପୁର ସପ୍ତାହିକ ହାଟର ଦୃଶ୍ୟ ଦେଖିଲେ ମନେ ହୁଏ, ସରକାରଙ୍କ କରୋନା କଟକଣାକୁ ପ୍ରାୟତଃ ଏଠାକାର ଲୋକଙ୍କୁ ଅଛପା ରହିଛି । ଏଠାରେ ଯେଉଁଭଳି ଭାବରେ ଦୋକାନ ବଜାର ଚାଲିଛି, କରୋନା ମହାମାରୀକୁ ଆୟତ କରିବା ସମ୍ଭବପର ନୁହେଁ । ହରିଚନ୍ଦନପୁର ଥାନା, ବ୍ଲକ ଓ ତହସିଲ ପଛପାଖରେ ଚାଲିଥିବା ଏହି ହାଟ ଉପରେ କରୋନା କଟକଣା ନିୟମକୁ ଖୋଲମଖୋଲା ଭାବେ ଉଲ୍ଲଂଘନ ଚାଲିଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ହେଉନଥିବା କିପରି । ଏଠାରେ ସବୁ ଜାଣି ପ୍ରଶାସନ ନିରବ ରହୁଛି ନା କାହା ନିର୍ଦ୍ଦେଶରେ ହାଟ ବଜାର ଚାଲିଛି । ବେଳ ଥାଉଁଥାଉ ସରକାରଙ୍କ କଟକଣାକୁ ଅନୁସରଣ କରି ଜନସାଧାରଣଙ୍କୁ ମହାମାରୀ ଠାରୁ ସୁରକ୍ଷା ଦେବାପାଇଁ ପ୍ରଶାସନ ପକ୍ଷରୁ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ । ଏହାକୁ ନେଇ ଏଅଞ୍ଚଳବାସୀଙ୍କ ଜୀବନ ଜୀବିକା ଉପରେ ଆଶଙ୍କା ସୃଷ୍ଟି ହେଉଥିବା ସହ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.