Home ଜିଲ୍ଲା ପରିକ୍ରମା କଳ୍ପନାଦେବୀ ଆବାସିକ ମହାବିଦ୍ୟାଳୟ ଓ ଏଜୁକେଶନ କେୟାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

କଳ୍ପନାଦେବୀ ଆବାସିକ ମହାବିଦ୍ୟାଳୟ ଓ ଏଜୁକେଶନ କେୟାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

42

ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ କଳ୍ପନା ଦେବୀ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ଓ ସ୍ୱେଛାସେବୀ ସଂଗଠନ ଏଜୁକେଶନ କେୟାର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଅଛି । ଏହି ବିଶ୍ୱ ମହିଳା ଦିବସ ପାଳନ ଅବସରରେ ମହାବିଦ୍ୟାଳୟର ଛାତ୍ରୀମାନେ ହାତରେ ପ୍ଲାକାର୍ଡ ଧରି ମହିଳାସଶକ୍ତିକରଣ ଉପରେ ସଚେତନତା ଶୋଭାଯାତ୍ରା କଲେଜ ପରିସରରୁ ବାହାରି ସହର ପରିକ୍ରମା କରିଥିଲା । ପରେ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କୁ ନେଇ ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏକ ସେମିନାର ଆୟୋଜନ କରଯାଇଥିଲା । ଉକ୍ତ ସେମିନାରରେ ଏଜ୍ୟୁକେଶନକେୟାର ମେନେଜିଙ୍ଗ୍ ଟ୍ରଷ୍ଟ୍‌ର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତ୍ୱାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅବସରପ୍ରାପ୍ତ ଅଧ୍ୟ୍ୟାପିକା ଭାନୁମତି ମାଠିଆ ଓ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସ୍ନେହଲତା ବେହେରା ପ୍ରମୁଖ ଅତିଥିଭାବରେ ଯୋଗଦେଇ ସମାଜରେ ମହିଳାମାନେ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉଭୟ ପୁରୁଷ ଓ ମହିଳା ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । କଲେଜର ନିର୍ଦ୍ଦେଶକ ଶଶିକାନ୍ତ ପାଣିଗ୍ରାହୀ ତାଙ୍କର ବକ୍ତବ୍ୟରେ ସଶକ୍ତ ସମାଜ ଗଠନ ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ମହିଳାମାନଙ୍କର ରହିଛି । କଳ୍ପନାଦେବୀ ଆବାସିକ କଲେଜର ପ୍ରତିଷ୍ଠାନା ତଥା ଶିକ୍ଷାବିତ୍ ମହେଶ ଚନ୍ଦ୍ର ରାୟ ତାଙ୍କର ବକ୍ତବ୍ୟରେ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ୟଶ ସଂପର୍କରେ ସ୍ୱାଗତଭାଷଣ ପ୍ରଦାନ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଜ୍ୟୁକେସନ ଟ୍ରଷ୍ଟ୍ ପକ୍ଷରୁ କିଶୋରଚନ୍ଦ୍ର ବଳ ,ମନୋରଂଜନ ସାହୁ,ଅଧ୍ୟାପକ ଗୋରାଙ୍ଗ ପେରେଇ, ଅଧ୍ୟାପିକା ଅର୍ପିତା ଦାସ ସମେତ କଲେଜର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ କଲେଜ ପକ୍ଷରୁ ଯୋଗଦେଇଥିବା ଅତିଥିମାନଙ୍କୁ ଉତ୍ତେରୀୟ ଓ ପୁଷ୍ପଗୁଛ ପ୍ରଦାନ କରଯାଇ ସମ୍ବର୍ଦ୍ଧିତ କରଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.