Home ଓଡ଼ିଶା ଶତ୍ରୁତା ପାଇଁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ଶତ୍ରୁତା ପାଇଁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

253

ଅନୁଗୁଳ, ୦୨/୧୧ (ଓଡ଼ିଆ ପୁଅ/ପି ନାୟକ) : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ନିର୍ମମ ଭାବେ କରାଗଲା ହତ୍ୟା। ଏହି ଘଟଣା ଆଜି ଅନୁଗୁଳ ପାଲଲହଡା ସ୍ଥିତ ଉଦିତନଗର ସାହିରେ ଘଟିଛି। ନରେନ୍ଦ୍ର କୁମାର ବେହେରା ନାମକ ଜଣେ ଯୁବକକୁ କିଛି ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଆଜି ସକାଳେ ଅନୁଗୋଳ ଜିଲ୍ଲା ପାଲଲହଡା ଟାଉନ ସ୍ଥିତ ଇଲେକ୍ଟ୍ରି ଅଫିସ ନିକଟରେ ଯୁବକଙ୍କୁ ମାରଣାସ୍ତ୍ରରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା‌ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏବେ ଏହାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.