Home ଓଡ଼ିଶା ପୁଣି ଓଡିଶା ଆସୁଛନ୍ତି ଆନ୍ନା ହଜାରେ

ପୁଣି ଓଡିଶା ଆସୁଛନ୍ତି ଆନ୍ନା ହଜାରେ

307

ଭୁବନେଶ୍ୱର ୨ା୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନବନିର୍ମାଣ କୃଷକ ସଂଗଠନର ପ୍ରଥମ ରାଷ୍ଟ୍ରୀୟ ସମ୍ମିଳନୀ ଗତ ବର୍ଷ ଜଗତସିଂହପୁର ଠାରେ ଅନ୍ନା ହଜାରେ ଯୋଗ ଦେଇ କୃଷକ ମାନଙ୍କୁ ଏକତା ମନ୍ତ୍ରରେ ମନ୍ତ୍ରୀତ କରି ଗଲା ପରେ କୃଷକମାନଙ୍କର ସମସ୍ୟା ପୂର୍ବ ପରି ରହିଥିବା ବେଳେ ଉକ୍ତ ସମାବେଶକୁ ସଫଳ କରାଇବାର ଗୁରୁ ଦାଇତ୍ୱ ନେଇଥିବା କିଛି ନେତାଙ୍କ ଭାଗ୍ୟ ବଦଳି ଯାଇଥିବା ଓଡିଶାବାସୀ ଦେଖିବାକୁ ପାଇଥିଲେ। ପୁଣି ନବନିର୍ମାଣ କୃଷକ ସଂଗଠନର ୨ୟ ଥର ରାଷ୍ଟ୍ରୀୟ ସମ୍ମିଳନୀରେ ଶ୍ରୀ ହଜାରେଙ୍କ ଓଡିଶା ଆଗମନ କାହାର ଭାଗ୍ୟ ଆକାଶରେ ଚନ୍ଦ୍ର ଉଇଁବ ତାହା ଆଗାମୀ ଦିନରେ ସମ୍ନାକୁ ଆସିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଭୁବନେଶ୍ବରର ବରମୁଣ୍ଡା ପଡ଼ିଆରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଗାମୀ ନଭେମ୍ବର ୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ସମାବେଶ ରେ ଆନ୍ନା ହଜାରେ ଯୋଗ ଦେବେ ବୋଲି ଜଣାଯାଇଛି। ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ହେବାକୁଥିବା ରାଷ୍ଟ୍ରୀୟ ସମ୍ମିଳନୀରେ ଆନ୍ନା ହଜାରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକ୍ଷମ ହୋଇନଥିବାବେଳେ ରାଜ୍ୟର ସମସ୍ତ ଚାଷୀକାଳିଆ ଟଙ୍କା ମିଳିନଥିବକୁ ମୁଖ୍ୟ ପ୍ରସଙ୍ଗ କରି କୃଷକ ମାନକୁ ଏକତ୍ରୀତ କରୁଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.