Home ଓଡ଼ିଶା ଲକ୍ ଡାଉନ ସମୟରେ ପୋଲିସ କର୍ମଚାରୀଙ୍କ ରୋଟେସନ କାର୍ଯ୍ୟ

ଲକ୍ ଡାଉନ ସମୟରେ ପୋଲିସ କର୍ମଚାରୀଙ୍କ ରୋଟେସନ କାର୍ଯ୍ୟ

318

କଟକ୨୯ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟସରକାର ୩ ସପ୍ତାହ ପାଇଁ “ଲକ୍ ଡାଉନ” ଘୋଷଣା କରିଛନ୍ତି, କୋଭିଡ୍ – ୧୯ ସଂପର୍କୀତ ନିୟମ ପ୍ରବର୍ତ୍ତନ କିଛି ମାସ ଧରି ଜାରୀ ରହିପାରେ। ପୁନଶ୍ଚ “ଲକ ଡାଉନ” ନିୟମର କଡାକଡି ପ୍ରବର୍ତ୍ତନ ଫଳରେ କ୍ଷେତ୍ର ସ୍ତରରେ ଅବସ୍ଥାରେ ମୋଟାମୋଟି ସ୍ଥିରତା ଆସିଛି। ଏ ବାବଦରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଡି.ସି.ପି ମାନଙ୍କ ସହ ଭିଡିଓ କନ୍‌ଫରେନ୍ସଂ ମାଧ୍ୟମରେ ଆଲୋଚନା କରି ଏକ ମାର୍ଗଦର୍ଶିକା ପ୍ରକାଶ କରିଛନ୍ତିା ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଡି.ସି.ପି ମାନଙ୍କୁ ପରାମର୍ଶ ଦିଆଯାଇଅଛି। ସେମାନେ ବିଭିନ୍ନ ସହର ଓ ସଡକରେ ମୃତୟନ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ନିର୍ଘଣ୍ଟକୁ ପୁନଃ ସମୀକ୍ଷା କରିବେ ଏବଂ ଯଥା ସମ୍ଭବ ନିଶ୍ଚିତ କରିବେ। ନିୟୋଜିତ ପୋଲିସ କର୍ମଚାରୀ ମାନେ ସପ୍ତାହରେ ଦିନଟିଏ ବିଶ୍ରାମ ପାଇବେ ଏବଂ ସେମାନଙ୍କ ଦୈନିକ କାର୍ଯ୍ୟ ଅବଧି ଆଠ ଘଣ୍ଟାରୁ ଅଧିକ ହେବ ନାହିଁ ଅଧିକାଂଶ ଜିଲ୍ଲା ଏହାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରାଯାଇଛି ବୋଲି ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.