Home କୋରାପୁଟ ଲକଡାଉନ ବେଳେ ସକାଳ ୬ ଟାରୁ ଦୈନଦିନ ବ୍ୟବହାର୍ଯ୍ୟ ଦୋକାନ ଖୋଲାରହିବ ତେଣୂ ଭୟଭୀତ ନ...

ଲକଡାଉନ ବେଳେ ସକାଳ ୬ ଟାରୁ ଦୈନଦିନ ବ୍ୟବହାର୍ଯ୍ୟ ଦୋକାନ ଖୋଲାରହିବ ତେଣୂ ଭୟଭୀତ ନ ହେବାକୁ ଜିଲ୍ଲାପାଳଙ୍କ ନିବେଦନ

23

କୋରାପୁଟ ୦୩-୦୫(ଓଡିଆ ପୁଅ /ରଂଜନ ଦାସ) ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୫ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଲକଡାଉନ ରହିବ  ବୋଲି ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ସୂଚନା ଦେଇଛନ୍ତି ।ଏହି ସମୟରେ ସାହିବସ୍ତିରେ ଥିବା ପନିପରିବା,ଗ୍ରସୋରୀ ଓ ଦୁଗ୍ଧ ଦୋକାନ ସକାଳ ୬ଘଟିକାରୁ ପୂର୍ବାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଖୋଲାରହିବ ।ତେଣୁ ଲୋକମାନେ ଭୟଭୀତ ନ ହେବାକୁ ସେ ନିବେଦନ କରିଛନ୍ତି ।ବସ ,ଟାକ୍ସି ଓ ଅଟୋ ବନ୍ଦ ରହିବା ସହ କାର୍ଯ୍ୟାଳୟରେ କେବଳ ଜରୁରୀଷ୍ଟାଫ ମାନେ କାର୍ଯ୍ୟ କରିବେ ବୋଲି ସେ ସୂଚନା ଦେଇଛନ୍ତି ।ଲୋକମାନେ ଦୋକାନରେ ଅଜଥା ଗହଳି ନ କରିବାକୁ ସେ ଆହୁରୀ ନିବେଦନ କରିବା ସହ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ହାତ ଧୋଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।ଏହାକୁ ପାଳନ କଲେ ଆମ୍ଭେ ନିଶ୍ଚିତ ଭାବେ କରୋନାକୁ ନିୟନ୍ତ୍ରଣ କରିବାରେ ସଫଳ ହେବା ବୋଲି ସେ ପ୍ରକାଶ କରିଥିଲେ ।
ସୋମବାର ଦିନରେ କୋରାପୁଟ ଜିଲାରେ  ୫୪ଜଣ ମହିଳାଙ୍କ ସମେତ  ୧୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୯୧୯୩ ରେ ପହଂଚିଛି ।  ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୨୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ  ଜୟପୁର ପୌରାଂଚଳରୁ ୨୬ ,ସୁନାବେଡା ପୌରାଂଚଳରୁ ୩୫ ଏବଂ କୋଟପାଡ ଏନଏସିରୁ ୭ ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ ବ୍ଲକରୁ ୨, ବୈପାରିଗୁଡାରୁ ୩,ବୋରିଗୁମ୍ମାରୁ ୭,ଜୟପୁର ବ୍ଲକରୁ ୮  ଓ କୋରାପୁଟ ବ୍ଲକରୁ ୬ ଜଣ କରୋନା ପଜିଟିଭ ବାହାରି ଥିବାବେଳେ  କୋଟପାଡ ବ୍ଲକରୁ ୫,କୁନ୍ଦୁରା ବ୍ଲକରୁ ୨, ଲମତାପୁଟ ବ୍ଲକରୁ ୨, ଲକ୍ଷ୍ମୀପୁର ବ୍ଲକରୁ ୭,ନନ୍ଦପୁର ବ୍ଲକରୁ ୩,ନାରାୟଣପାଟଣା ବ୍ଲକରୁ ୨ ଏବଂ ସେମିଲିଗୁଡା  ବ୍ଲକରୁ  ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୩  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୩୫  ହଜାର ୩୫  ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସେହିପରି ମଇ ୩ ସୁଦ୍ଧା ଜିଲ୍ଲାର ମୋଟ ୯୧୯୩  ଆକ୍ରାନ୍ତଙ୍କ ଭିତରୁ  ୮୩୧୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୮୫୩ଟି ଏକ୍ଟିଭ କେସ ରହିଛି ଓ  ୨୧ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.