Home Top News ମିଛ ପ୍ରଶଂସାରେ ଶତମୁଖ; ସତ ପ୍ରଶଂସାରେ କାର୍ପଣ୍ୟତା: ଟ୍ରୋଲ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ..

ମିଛ ପ୍ରଶଂସାରେ ଶତମୁଖ; ସତ ପ୍ରଶଂସାରେ କାର୍ପଣ୍ୟତା: ଟ୍ରୋଲ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ..

50

ଭୁବନେଶ୍ୱର: ଆସାମରେ ସ୍ଥିତି ବଜାୟ ରଖି ବିଜେପି ପୁଣି ଜିତିଲା, କିନ୍ତୁ ପଶ୍ଚିମବଙ୍ଗରେ ବିଜେପି ହାରିଗଲା। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ସିନା ଜିତିଗଲା, କିନ୍ତୁ ମୁଖିଆ ନିଜେ ହାରିଗଲେ। ନନ୍ଦିଗ୍ରାମ ଆସନରେ ବିଜେପି ପାର୍ଥି ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ମମତା ବାନାର୍ଜୀ ପରାଜୟ ବରଣ କଲେ। ବାସ୍ତବରେ ୫ଟି ରାଜ୍ୟରେ ସିନା ନିର୍ବାଚନ ହେଉଥିଲା, କିନ୍ତୁ ସାରା ଭାରତର ଫୋକସରେ ଥିଲା ପଶ୍ଚିମବଙ୍ଗ ନିର୍ବାଚନ, ଆଉ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନ। କାରଣ ପଶ୍ଚିମବଙ୍ଗରୁ ପାର୍ଥି ହୋଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଉ ମମତା ବାନାର୍ଜୀଙ୍କ ବିରୋଧରେ ବିଜେପିରୁ ପାର୍ଥି ହୋଇଥିଲେ ଏକଦା ମମତାଙ୍କ ପ୍ରମୂଖ ସହଯୋଗୀ ଥିବା ଶୁଭେନ୍ଦୁ ଅଧିକାରୀ। ନିଜେ ନନ୍ଦିଗ୍ରାମ ଆସନରୁ ପାର୍ଥି ହୋଇ ତାଙ୍କ ବିରୋଧରେ ଲଢ଼ିବା ପାଇଁ ମମତାଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ଶୁଭେନ୍ଦୁ। ମମତା ମଧ୍ୟ ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ। ନନ୍ଦିଗ୍ରାମରୁ ନିଶ୍ଚିତ ଜିତିବେ ବୋଲି ଶୁଭେନ୍ଦୁ ଯେପରି ଦୃଢୋକ୍ତି ପ୍ରକାଶ କରିଥିଲେ ମମତା ମଧ୍ୟ ନନ୍ଦିଗ୍ରାମ ଆସନରୁ ହାରିଗଲେ ରାଜନୀତି ଛାଡ଼ିଦେବେ ବୋଲି କହିଥିଲେ। ତେଣୁ ଏସବୁ ଦୃଷ୍ଟିକୋଣରୁ ନନ୍ଦିଗ୍ରାମରେ ଚାଲିଥିଲା ହାଇ ଭୋଲ୍ଟେଜ ଡ୍ରାମା। ତେଣୁ ଫୋକସରେ ରହିଥିଲା ନନ୍ଦିଗ୍ରାମ। ଶେଷରେ ପଶ୍ଚିମବଙ୍ଗରେ ସିନା ଟିଏମସି ଜିତିଲା, କିନ୍ତୁ ମମତା ବାନାର୍ଜୀ ହାରିଗଲେ।

ପଶ୍ଚିମବଙ୍ଗରେ ଷ୍ଟାର ପ୍ରଚାରକ ଲିଷ୍ଟ୍ ଭିତରେ ଅନ୍ୟମାନଙ୍କ ମଧ୍ୟରେ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟତଃ ନନ୍ଦିଗ୍ରାମ ଦାୟିତ୍ୱ ଦିଆଯାଇଥିଲା। ଯେହେତୁ ସେଠାରୁ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଢ଼ୁଥିଲେ, ଏଣେ ଏପଟୁ ବିଜେପି ପକ୍ଷରୁ ଶୁଭେନ୍ଦୁ ଅଧିକାରୀ ଚେହେରା ଥିଲେ, ତେଣୁ ଉଭୟ ଦଳ ସେହି ଆସନଟିକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ। ଟଙ୍କା ପଇସା କାରବାର ମଧ୍ୟ ସେଠାରେ ଅଧିକ ଆବଶ୍ୟକତା ଥିଲା। ଟଙ୍କା ପଇସା କାରବାର ଆବଶ୍ୟକତା ବେଳେ ବିଜେପି ମନ୍ତ୍ରୀମଣ୍ଡଳ ଭିତରେ ତୈଳ ବିଭାଗ ମନ୍ତ୍ରୀଙ୍କ ଅପେକ୍ଷା ଅବା ଆଉ କିଏ ଉପଯୁକ୍ତ ହୋଇପାରେ? ଏମିତି ବି କୁହାଯାଇ ପାରେ ଯେ ଏ’ନେଇ ହୁଏତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେଠାକୁ ପଠାଯାଇଥିଲା। କୁହାଯାଏ, ଯେବେ ଶୁଭେନ୍ଦୁ ମମତାଙ୍କ ସାଙ୍ଗରେ ଥିଲେ ସେତେବେଳେ ମମତାଙ୍କ ହାତରେ ସିନା କ୍ଷମତା ଥିଲା, କିନ୍ତୁ ଶୁଭେନ୍ଦୁଙ୍କ ହାତରେ ସଙ୍ଗଠନ ଥିଲା। ଟିଏମସିର ସାଙ୍ଗଠନିକ କାର୍ଯ୍ୟକ୍ରମ ଶୁଭେନ୍ଦୁ ଅଧିକାରୀ ଅଧିକ ବୁଝୁଥିଲେ। ତୃଣମୂଳ କଂଗ୍ରେସ ସଙ୍ଗଠନରେ ତୃଣମୂଳ ସ୍ତରରେ ଶୁଭେନ୍ଦୁ ଅଧିକାରୀଙ୍କର ରହିଥିବା ପୂର୍ବ ପ୍ରଭାବ ସହିତ ଏଣେ ନନ୍ଦିଗ୍ରାମ ଉପରେ ବିଜେପିର ପୂର୍ଣ୍ଣ ପ୍ରୟାସ ଶୁଭେନ୍ଦୁ ଅଧିକାରୀଙ୍କୁ ଜିତାଇବାରେ ସହାୟକ ହେଲା।

କିନ୍ତୁ, ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ର ସମର୍ଥକ ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ମାନେ ତ’ ଅନେଇ ବସିଥିଲେ। ତେଣିକି ପଛେ ଦଳ ପଛେ ଚୁଲିକୁ ଯାଉ, ଦଳ ପଛେ ହାରିଯାଉ, କିନ୍ତୁ ଶୁଭେନ୍ଦୁଙ୍କ ଜିତିବା ନେଇ ଧର୍ମେନ୍ଦ୍ରଙ୍କୁ ଶ୍ରେୟ ଦେବାକୁ ଏମାନଙ୍କୁ ମିଳିଗଲା ଏକ ସୁଯୋଗ। ଏମାନଙ୍କୁ ଆଉ ରୋକେ କିଏ? ଚାଟୁକାର ମାନଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ପ୍ରତିଯୋଗିତା। କିଏ କେତେ ସୁନ୍ଦର ପୋଷ୍ଟର ବନେଇ, କିଏ କେତେ ଭାଷା, ଉପମା ଦେଇ ମନ୍ତ୍ରୀଙ୍କ ଖୋସାମତି କରିପାରିବ କରିଚାଲିଲେ। ନିଜେ କରିକରି ଥକିଲେନି, ମନ୍ତ୍ରାଳୟ ଗେଷ୍ଟ ହାଉସରୁ ପ୍ରସ୍ତୁତ ହୋଇ ପ୍ରେରିତ ହୋଇଥିବା ପୋଷ୍ଟର ପୁଣି ସେୟାର୍ କରି ଚାଲିଲେ। କହିଲେ କ’ଣ ନାଁ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ହିଁ ସବୁ କରିଦେଲେ? ସତେ ଯେପରି ଶୁଭେନ୍ଦୁ ଅଧିକାରୀଙ୍କର କିଛି ନଥିଲା। ମୋଦି, ଶାହା କିମ୍ବା ବିଜେପି ସଙ୍ଗଠନର ମଧ୍ୟ କିଛି ନଥିଲା। ଓଡ଼ିଶାରୁ ଯାଇ ନନ୍ଦିଗ୍ରାମରେ ମନ୍ତ୍ରୀ ଓଲଟେଇ ଦେଲେ! କିନ୍ତୁ, ନିଜ ରାଜ୍ୟରେ ତିର୍ତ୍ତୋଲରେ ଓଲଟାଇ ପାରିଲେନି? ହାତରେ ଥିବା ବାଲେଶ୍ୱର ସଦର ଆସନରେ ଓଲଟି ବିପକ୍ଷ ଓଲଟାଇ ଦେଲା? ଖୋସାମତି କରି ପଦପଦବୀ ପାଇଥିବା କିମ୍ବା କିଛି ପାଇବା ଆଶାରେ ଥିବା ଓଡ଼ିଶା ବିଜେପିର ନେତାନେତ୍ରୀ ଏବଂ କର୍ମୀମାନେ କିନ୍ତୁ, ଦଳ ପ୍ରତି ନିଷ୍ଠା ନରଖି କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁଣଗାନ କରିଚାଲିଲେ। ଧର୍ମେନ୍ଦ୍ର ତ’ ମନ୍ତ୍ରୀ ଅଛନ୍ତି, ନନ୍ଦିଗ୍ରାମ ମଧ୍ୟ ଏକ ବିଧାନସଭା କ୍ଷେତ୍ର ଅଞ୍ଚଳ। କିନ୍ତୁ, ଏକ ରାଜ୍ୟର ସାଙ୍ଗଠନିକ ଦାୟିତ୍ୱରେ, ଆସାମ ପ୍ରଭାରୀ ଦାୟିତ୍ୱରେ ଥିବା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ କାମ ଏମାନଙ୍କୁ ଦିଶିଲାନି। ସତେ ଯେପରି ବାଧ୍ୟବାଧ୍ୟକତାରେ ବହୁ ବିଳମ୍ବରେ କଦବା କୋଚିତ ପୋଷ୍ଟ୍ ଦେଖିବାକୁ ମିଳିଲା। ନନ୍ଦିଗ୍ରାମ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମିଛ ପ୍ରଶଂସାରେ ଏମାନେ ଯେତିକି ଶତମୂଖ ହେଲେ, ଆସାମରେ ବିଜେପିର ସଫଳତା ନେଇ ବୈଜୟନ୍ତଙ୍କୁ ଶ୍ରେୟ ଦେବାରେ ଏମାନେ ତା’ଠାରୁ ଅଧିକ କାର୍ପଣ୍ୟତା ପ୍ରକାଶ କଲେ। ଏ’ନେଇ ବାସ୍ତବ ଦଳପ୍ରେମୀ କିଛି କାର୍ଯ୍ୟକର୍ତ୍ତା ପ୍ରଶ୍ନ ଉଠାଇବା ପରେ, କଦବା କୋଚିତ ପୋଷ୍ଟ୍ ଦେଖିବାକୁ ମିଳିଲା। ବୋଧେ ଧର୍ମେନ୍ଦ୍ର ପ୍ରଧାନ କାଳେ କ’ଣ ଭାବିବେ ବୋଲି ଏମାନେ ଜଗି ହୋଇଗଲେ? କାରଣ ନିଜେ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଟ୍ୱିଟ୍ ଏହିପରି କିଛି ସଙ୍କେତ ଦେଉଛି। ଆସାମରେ ସଫଳତା ନେଇ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଟ୍ୱିଟରେ ବୈଜୟନ୍ତ ପଣ୍ଡାଙ୍କୁ ଶ୍ରେୟ ଦେବେ ବା କ’ଣ? ତାଙ୍କ ନାଁ ହିଁ ଆଦୌ ଉଲ୍ଲେଖ କରିନାହାଁନ୍ତି। କୁହାଯାଉଛି, ନନ୍ଦିଗ୍ରାମରେ ସଫଳତା ନେଇ ସୋସିଆଲ୍ ପ୍ଲାଟଫର୍ମରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ଡାହା ମିଛ। ଯିଏ ପ୍ରଶଂସା କରୁଛି ସେ ତାଙ୍କ ଲୋକ କିମ୍ବା ପ୍ରାୟୋଜିତ ଢଙ୍ଗରେ କିଛି ପ୍ଲାଟଫର୍ମରେ ତାଙ୍କର ମିଛ ପ୍ରଶଂସା କରାଯାଉଛି। ବାସ୍ତବରେ ଟ୍ରୋଲ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ବେଙ୍ଗଲରେ କରିଦେଲ, ଓଡ଼ିଶାରେ ପାରୁନ? ମହାଙ୍ଗାରେ ପାରିଲନି, କି ବାଲେଶ୍ୱର ସଦରରେ ପାରିଲନି? ନିଜ ନିର୍ବାଚନ ମଣ୍ଡଳୀରେ ଗୋଟାଏ ଜିତାଇ ପାରିଲନି କି ନିଜେ ନିର୍ବାଚନ ଲଢ଼ିବାକୁ ଭୟ କଲ? ଏହିପରି ସବୁ କଥା କହି ଜବରଦସ୍ତ ଟ୍ରୋଲର ଶୀକାର ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏକଥା ଆମେ କହୁନୁ, ସୋସିଆଲ୍ ମିଡିଆରେ କିମ୍ବା କୋୖଣସି ପ୍ରାୟୋଜିତ ପ୍ଲାଟଫର୍ମ ମାଧ୍ୟମରେ ତାଙ୍କୁ ପ୍ରଶଂସା କରି କରାଯାଇ ଥିବା ଉପସ୍ଥାପନା ଉପରେ ଦିଆଯାଇଥିବା ମନ୍ତବ୍ୟ ଆପଣ ଦେଖିପାରନ୍ତି। ହଁ, କେହି କହିପାରନ୍ତି ଏହା ତାଙ୍କୁ ସହି ପାରୁନଥିବା ଲୋକ ତଥା ବିରୋଧୀଙ୍କ କାମ। ନାଁ, ଏଥିରେ ନିଜ ଦଳୀୟ ଲୋକ ମଧ୍ୟ ଅଛନ୍ତି, ପରଖି ନିଅନ୍ତୁ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.