Home ଜିଲ୍ଲା ପରିକ୍ରମା ରୋଟାରୀ କ୍ଲବ ମିଡଟାଉନ ପକ୍ଷରୁ କାରଗିଲ ବିଜୟ ଦିବସ

ରୋଟାରୀ କ୍ଲବ ମିଡଟାଉନ ପକ୍ଷରୁ କାରଗିଲ ବିଜୟ ଦିବସ

78

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରୋଟାରୀ ମିଡ଼୍‌ଟାଉନ ଭଦ୍ରକ ପକ୍ଷରୁ ଆଜି କାରଗିଲ ବିଜୟ ଦିବସ କୋଭିଡ଼ କଟକଣା ମଧ୍ୟରେ ଭର୍ଚୁଆଲ ମୋଡ୍‌ରେ ପାଳନ କରାଯାଇଥିଲା । କ୍ଲବର ସଭାପତି ରୋଟାରିଆନ ପବିତ୍ର ମୋହନ ଖିଲାର ପୌରୋହିତ୍ୟ ରୋଟାରିଆନ ଶିଶିର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାକୁ ରୋଟାରିଆନ ରାହୁଲ ଖେରିଆ ପରିଚାଳନା କରିଥିଲେ । ପ୍ରତିବର୍ଷ କାରଗିଲ ବିଜୟ ଦିବସ କ୍ଳବ ପକ୍ଷରୁ ପାଳନ କରାଯାଇ ଶହିଦମାନଙ୍କ ସ୍ମୃତିଚାରଣ କରାଯାଇଥାଏ । ତେବେ ଚଳିତବର୍ଷ କରୋନା ଜନିତ କଟକଣା ବଳବତ୍ତର ଥିବାରୁ ଏହାକୁ ଭର୍ଚୁଆଲ ମୋଡରେ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ରୋଟାରିଆନ କୁନା ତ୍ରିପାଠୀ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଶ୍ରୀୟାନ୍ ନାୟକ, ଲିପ୍‌ସା ମିଶ୍ର, ବ୍ୟଙ୍ଗ ଅଭିନେତା ପ୍ରଜ୍ଞାନ ଖଟୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଓ ସଂଗୀତ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ବକ୍ତୃତା ପ୍ରତିଯୋଗିତାରେ ଏସ୍‌ବିଡି ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ ଆର୍‌.ଏସ୍‌. ଅମୃତା ପ୍ରଥମ, ସନ୍‌ସାଇନ ମିଶନ ସ୍କୁଲର ଅନ୍ୱେଷା ଦାଶ ଦ୍ୱିତୀୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ତପସ୍ୱିନୀ ସାମଲ ତୃତୀୟ ହୋଇଥିବା ବେଳେ ସଂଗୀତ ପ୍ରତିଯୋଗିତାରେ ଏସ୍‌ବିଡି ସ୍କୁଲର ପ୍ରୀତି ପ୍ରକାଶ ନାୟକ ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟର ବନ୍ଦନା ପ୍ରଧାନ ଦ୍ୱିତୀୟ, କାର୍‌ମେଲ ସ୍କୁଲର ପ୍ରବୀଣ କୁମାର ବଳ ତୃତୀୟ ବିବେଚିତ ହୋଇଥିଲେ । ଡ. ପ୍ରଭାତ ନଳିନୀ ମହପ।।ତ୍ର, ଅଜୟ କୁମାର ପାଢୀ, ସଂଗୀତ ନିର୍ଦ୍ଦେଶକ ରୁଦ୍ରମାଧବ ବାରିକ ଓ ସୁରେନ୍ଦ୍ର ଗାହାଣ ବିଚାରକ ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଶିଶୁ କଳାକାର ପଲିନ ଜେନା ଗିଟାର ବାଦନ କରି ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଅନୁମିତା ସ୍ୱାଇଁ କୃତି ପ୍ରତିଯୋଗୀଙ୍କ ନାମ ଘୋଷଣା କରିଥିଲେ । କାର୍ଯ୍ୟକ୍ରମରେ ରୋ. ବେଦପ୍ରକାଶ ଗୁପ୍ତା, ରୋ. ସନାତନ ଜେନା, ରୋ. ରତନଲାଲ ଗୁପ୍ତା, ରୋ. ଇନ୍ଦ୍ରଜିତ ସିଂ, ରୋ. ଅଜୟ ଅଗ୍ରୱାଲ, ରୋ. ରୀତୁ ଅଗ୍ରୱାଲ, ରୋ. ଅତିସ କୁମାର ବେହେରା, ରୋ. ପ୍ରୀତିରଂଜନ ଜେନା, ରୋ. ପ୍ରମୋଦ କୁମାର ଲାଖାନୀ, ସମ୍ପାଦକ ରୋ. ଅମିତ କୁମାର ମଲ୍ଲ୍‌ିକ, ରୋ. ବିକ୍ରମ ଖେମ୍‌କା, ରୋ. ମନୋଜ ପାଢୀ, ରୋ. ଅଶୋକ ଲାଖାନୀ, ରୋ. ଅଶୋକ ଶତପଥୀ, ରୋ. ଗୌରବ ଅଗ୍ରୱାଲ, ରୋ. ପ୍ରୀତି ଅଗ୍ରୱାଲ, ରୋ. ଅଞ୍ଜୁ ଗୁପ୍ତା, ରୋ. ଚୈତାଳୀ ଖିଲାର, ରୋ. ଶଶି ଲାଖାନୀ, ରୋ. ସିଲୁ ଲାଖାନୀ, ରୋ. ସନ୍ଧ୍ୟା ଗୁପ୍ତା, ରୋ. ସଂଜିବ ମଲ୍ଲିକ, ରୋ. ପ୍ରୀୟଦର୍ଶିନୀ ମଲ୍ଲିକ, ରୋ. ସମିତା ମିଶ୍ର, ରୋ. ପୁଷ୍ପିତା ଜେନା, ରୋ. ସ୍ୱର୍ଣ୍ଣପ୍ରଭା ମଲ୍ଲିକ, ରୋ. ସଂଗୀତା ମଲ୍ଲିକ, ରୋ. ନିମେଶ ପାରେଖ ପ୍ରମୁଖ ଭାଗ ନେଇଥିଲେ । କାରଗିଲ ବିଜୟ ହେଉଛି ଏକ ଐତିହାସିକ ବିଜୟ । ଯାହା ସମଗ୍ର ଭାରତ ଇତିହାସରେ ଏକ ସ୍ୱତନ୍ତ୍ର ମାଇଲ ଖୁଣ୍ଟ ହୋଇ ରହିବ । ଏହି ଯୁଦ୍ଧରେ ଯେଉଁ ବୀର ପୁରୁଷମାନେ ଦେଶ ମାତୃକା ପାଇଁ ଜୀବନ ଦେଇଛନ୍ତି ସେମାନଙ୍କ ପାଇଁ ଯେତେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମଧ୍ୟ କମ୍ ପଡ଼ିବ । ବିଶେଷ କରି ସେହି ବୀରମାନଙ୍କ ମାତାପିତା ହେଉଛନ୍ତି ଧନ୍ୟ, ଯିଏ ବୀରଙ୍କୁ ଜନ୍ମଦାନ ଦେଇଛନ୍ତି । ସେମାନଙ୍କୁ ଏବଂ ତାଙ୍କର ବୀରପୁତ୍ରମାନଙ୍କୁ ଏହି ଅବସରରେ କୋଟି ପ୍ରଣାମ ବୋଲି ମତପ୍ରକାଶ ପାଇଥିଲା । ଆଜିର ଦିନରେ ସେମାନଙ୍କ ସମଗ୍ର ଭାରତବାସୀ ପୂଜା କରିବା ଏକ ପରମ୍ପରା ହୋଇ ସାରିଛି । ଆଗାମୀ ପିଢି ଏହି ଦିନକୁ ମଧ୍ୟ ପାଳନ କରିଚାଲିବ ବୋଲି ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.