Home ଜିଲ୍ଲା ପରିକ୍ରମା ଭଦ୍ରକ : ପତ୍ନୀହନ୍ତା ସ୍ୱାମୀ ଗିରଫ

ଭଦ୍ରକ : ପତ୍ନୀହନ୍ତା ସ୍ୱାମୀ ଗିରଫ

64

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅମାନୁଷିକ ଭାବେ ସ୍ତ୍ରୀକୁ କୁରାଢିରେ ଛେତି ହତ୍ୟା କରିଥିବା ସ୍ୱାମୀ ଗୋବିନ୍ଦ ସାହୁକୁ ଗ୍ରାମାଞ୍ଚଳ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । କାଉପୁର ଏଡାଦେଇ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ସଂଘଟିତ ହୋଇଥିଲା ହତ୍ୟାକାଣ୍ଡ । ଗୋବିନ୍ଦ ତାଙ୍କ ସ୍ତ୍ରୀ ଛବିଲତାଙ୍କୁ କୁରାଢିରେ ଛେଚି ମାରି ଦେଇଥିଲେ । ଶନିବାର ପୁଲିସ ଶବ ଉଦ୍ଧାର ବ୍ୟବଚ୍ଛେଦ କରାଇଥିଲା । ଗୋବିନ୍ଦକୁ ଥାନାକୁ ଆଣି ପଚରା ଉଚୁରା କରୁଥିବା ବେଳେ ଗିରଫ କରିଥିବା ଆଇଆଇସି ଆଲୋକ ଜେନା ସୂଚନା ଦେଇଛନ୍ତି । ଆକ୍ରମଣରେ ବ୍ୟବହୃତ କୁରାଢୀ ମଧ୍ୟ ଜବତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.