Home କେନ୍ଦୁଝର କେନାଲରେ ବୁଡିଯାଇ ଯୁବକ ମୃତ

କେନାଲରେ ବୁଡିଯାଇ ଯୁବକ ମୃତ

88

ହାଟଡିହି-୨୬/୭: (ଓଡିଆପୁଅ / ବିକାଶ ବିଶ୍ୱାଳ)ଶାଳଣିଆଁ ଶାଖା କେନାଲର ଅଣା ଛକ ନିକଟରେ ଜଣେ ଯୁବକ ଗାଧୋଉଥିବା ସମୟରେ ଭାଷିଯାଇ ମୃତ୍ୟୁବରଣ କରିଛନ୍ତି । ମୃତ ଯୁବକ ଜଣକ ନିସଙ୍ଗପୁର ଗ୍ରାମର ମଙ୍ଗୁଳି ଯେନାଙ୍କ ପୁଅ ଇଶ୍ୱର ଯେନା ବୋଲି ଜଣାପଡିଛି । ସେ ଆଜି ଦିନ ୧୧ଟାବେଳେ କେନାଲରେ ଗାଧୋଇବା ସମୟରେ ଅସାବଧାନତାରୁ ତାଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡିଯାଇଥିଲେ । ହାଟଡିହି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ସ୍ଥାନୀୟ ଯୁବକ ମାନଙ୍କ ସହିତ ମିଶି ଅନେକ ଖୋଜାଖୋଜି କରିବାପରେ ଘଟଣାସ୍ଥଳ ଠାରୁ ୫ଶହ ମିଟର ଦୁର ଅଣା ଗାଁ ନିକଟରେ ତାଙ୍କୁ ଉଦ୍ଧାରକରି ଡାକ୍ତରଖାନାକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହାକୁନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କର ବିଧବାପତ୍ନୀ ଓ ଦୁଇ ଝିଅ ଅଛନ୍ତି । ସରକାରଙ୍କ ପକ୍ଷରୁ ତୁରନ୍ତ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.