Home ଜିଲ୍ଲା ପରିକ୍ରମା ରୋଟାରୀ କ୍ଲବ ଅନ-ସି ପକ୍ଷରୁ ‘ପବ୍ଲିକ ଇମେଜ ସେମିନାର’ : ‘କାର୍ଯ୍ୟର ଗୁରୁତ୍ୱ ହଁ ଭାବମୂର୍ତ୍ତି...

ରୋଟାରୀ କ୍ଲବ ଅନ-ସି ପକ୍ଷରୁ ‘ପବ୍ଲିକ ଇମେଜ ସେମିନାର’ : ‘କାର୍ଯ୍ୟର ଗୁରୁତ୍ୱ ହଁ ଭାବମୂର୍ତ୍ତି ସୃଷ୍ଟିରେ ସହାୟକ ହୋଇଥାଏ’

22

ବାଲେଶ୍ୱର, ୭ା୨(ଓଡ଼ିଆ ପୁଅ/ଅଭୟ ଦାସ): ସେବା କ୍ଷେତ୍ରରେ ବିଶ୍ୱସ୍ତରୀୟ ଖ୍ୟାତି ଅର୍ଜନ କରିଥିବା ରୋଟାରୀ କ୍ଲବର କାର୍ଯ୍ୟଧାରା ଓ ଉପାଦେୟତାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ସ୍ୱତନ୍ତ୍ର ଭାବମୂର୍ତ୍ତି ସୃଷ୍ଟି ପାଇଁ ବାଲେଶ୍ୱର ରୋଟାରୀ କ୍ଲବ ଅନ ସି ପକ୍ଷରୁ ‘ଡିଷ୍ଟ୍ରିକ୍ଟ ପବ୍ଲିକ ଇମେଜ ସେମିନାର’ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ବାମପଦାସ୍ଥିତ ନୋସି ବିଜିନେସ ପାର୍କସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଇମାମି ପେପର ମିଲ୍ସର ଅପରେସନ ହେଡ ଓ ନିର୍ଦ୍ଦେଶକ ଏମବିଏସ ନାୟାର ଉଦଘାଟନ କରିଥିଲେ। ବ୍ୟକ୍ତି ବା ଅନୁଷ୍ଠାନର କାର୍ଯ୍ୟଧାରା କିପରି ପବ୍ଲିକ ଇମେଜ ସୃଷ୍ଟି କରିଥାଏ, ସେ ସମ୍ପର୍କରେ ଶ୍ରୀ ନାୟାର ବିସ୍ତୃତ ଆଲୋଚନା କରିଥିଲେ। ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ସୌମ୍ୟ ରଂଜନ ମିଶ୍ର, ଡିଷ୍ଟ୍ରିକ୍ଟ ଟ୍ରେନର ଅଶୋକ ବିହାରୀ ମହାପାତ୍ର, ରୋଟାରୀ ପବ୍ଲିକ ଇମେଜ ଅଭିଯାନର ଚେୟାରମ୍ୟାନ ଶିବବ୍ରତ ଦାସ ପ୍ରମୁଖ ଏଥିରେ ଯୋଗଦେଇ ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇ ରୋଟାରୀ କ୍ଲବର କାର୍ଯ୍ୟଧାରା ଓ ଦାୟିତ୍ୱବୋଧତା ସମ୍ପର୍କରେ ଆଲୋଚନା କରିଥିଲେ। ରୋଟାରିଆନଙ୍କ ସେବାମୂଳକ କାର୍ଯ୍ୟଧାରାରେ ଅନ୍ୟମାନେ ଅନୁପ୍ରାଣିତ ହେବା ହିଁ ଏହାର ନିଃସ୍ୱାର୍ଥପରତାକୁ ପ୍ରତିପାଦିତ କରିଥାଏ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ରୋଟାରୀ କ୍ଲବ ବାଲେଶ୍ୱର ଅନ ସିର ସଭାପତି ଆଶିଷ ଭଟ୍ଟର ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିବା ବେଳେ ପବ୍ଲିକ ଇମେଜ ସେମିନାରର ଚେୟାରମ୍ୟାନ ହର୍ଷ ଗୁପ୍ତା ସଂଯୋଜନା କରିଥିଲେ। ଏହି ଅବସରରେ କ୍ଲବ ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀ ନାୟାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥି ସହିତ ପବ୍ଲିକ ଇମେଜ ସେମିନାରର ମୁଖପତ୍ରକୁ ଅତିଥିମାନେ ଉନ୍ମୋଚିତ କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଆୟୋଜିତ ସେମିନାରରେ ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାବମୂର୍ତ୍ତି ସୃଷ୍ଟିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟର ଗୁରୁତ୍ୱ ଓ ଏହାର ସଠିକ ରୂପାୟନରେ ସୃଷ୍ଟ ଭାବମୂର୍ତ୍ତି ଜନସାଧାରଣଙ୍କୁ ପ୍ରଭାବିତ କରିଥାଏ ବୋଲି ସେ କହିଥିଲେ। ମୁସ୍କାନ ଅଗ୍ରୱାଲ ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନି୍‌ଖିଲ ଖଣ୍ଡେଲୱାଲ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅଂଶୁଲ ଖଣ୍ଡେଲୱାଲ, ଆଶିଷ ଅଗ୍ରୱାଲ, ଅସ୍ତାଦ ବୋଧନୱାଲା, ହରିଶ ପଟେଲ, ମେହୁଲ ଭୋରା, ମୁକ୍ତେଶ ମଚ୍ଛର, ପାରସ ଶର୍ମା, ସାଜନ ଅଗ୍ରୱାଲ, ରାକେଶ ପାଲା, ସନ୍ଦୀପ ଖଣ୍ଡେଲୱାଲ, ସତ୍ୟଜିତ ଦାସ, ସୁରେଶ ଚଣ୍ଡକ ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.