Home ଜିଲ୍ଲା ପରିକ୍ରମା ‘ଯୁଗଶ୍ରୀ ଯୁଗନାରୀ’ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର

‘ଯୁଗଶ୍ରୀ ଯୁଗନାରୀ’ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର

10

ବାଲେଶ୍ୱର, ୭ା୨(ଓଡ଼ିଆ ପୁଅ/ଅଭୟ ଦାସ): ମାସିକ ଓଡ଼ିଆ ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା ଶିବିର ସହରର ଦାମୋଦରପୁରସ୍ଥିତ ଦଉଡ଼ିଭଙ୍ଗାଠାରେ ଆଜି ଅନୁଷ୍ଠିିତ ହୋଇଯାଇଛି। ଡାକ୍ତର ଚାରୁବାଳା ରଥ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସମାଜରେ ନାରୀମାନଙ୍କଠାରେ ଦେଖାଯାଉଥିବା ବିଭିନ୍ନ ରୋଗ ଓ ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ଲଜ୍ଜା ଯୋଗୁଁ ନିଜର ରୋଗ ଯନ୍ତ୍ରଣା ବାବଦରେ ବହୁ ମହିଳା ପ୍ରକାଶ ନ କରିବା ଯୋଗୁଁ ଏହା ଅଧିକ ଜଟିଳ ସ୍ଥିତି ସୃଷ୍ଟି କରିଥାଏ। ଯେତେ ଗୁପ୍ତ ହେଲେ ମଧ୍ୟ ଡାକ୍ତରଙ୍କ ନିକଟରେ ନ ଲୁଚାଇ ନିଃସଙ୍କୋଚରେ ପ୍ରକାଶ କଲେ ଯାଇ ଏହାର ଚିକିତ୍ସା କରାଯାଇ ପାରିବ ବୋଲି ଡାକ୍ତର ପତି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଯୁଗଶ୍ରୀ ଯୁଗ ନାରୀର ସମ୍ପାଦିକା ମମତା ମହାପାତ୍ର ଏଥିରେ ସଭାପତିତ୍ୱ କରିବା ସହିତ ଏଭଳି କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଆବାହକ ଯୋଗେନ ଚନ୍ଦ୍ରରଣା ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପତ୍ରିକାର ଉପଦେଷ୍ଟା ଗୀତାଞ୍ଜଳି ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ମାନସୀ ଦାସ, ଶାନ୍ତିଲତା ଦାସ, ଜ୍ୟୋସ୍ନା ଦାସ, ସୁକାନ୍ତି ମହାଳିକ, ତୁଳସୀ ମହାଳିକ, ଡ଼ଲି ମହାଳିକ, କଳ୍ପନା ମହାଳିକ, ସଂଯୁ ମହାଳିକ, ଝିଲି ମହାଳିକ, ରଙ୍ଗି ମହାଳିକ, ଅନୁ ମହାଳିକ, ଲକ୍ଷ୍ମୀ ମହାଳିକ, ଶାନ୍ତିଲତା ମହାଳିକ, ପ୍ରତିମା ଦାସ, ଝୁନୀ ମହାଳିକ, ବିଳାସିନୀ ପୃଥାଳ, ଭାଗ୍ୟବତୀ ପୃଥାଳ, ଗଦାଧର ଦାସ, ରାଜକିଶୋର ରଣା, ରୁନୁ ବୁଗୁଡ଼ାଇ, ମାଳତୀ ବେହେରା, ଭାଗ୍ୟଶ୍ରୀ ପୃଥାଳ, ଅପରାଜିତା ମହାପାତ୍ର, ବସନ୍ତ ପ୍ରଧାନ ପ୍ରମୁଖ ବହୁ କର୍ମକର୍ତାଙ୍କ ସହିତ ଶତାଧିକ ମହିଳା ଯୋଗ ଦେଇଥିଲେ। ଶେଷରେ ବିଷ୍ଣୁପ୍ରିୟା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.