Home କେନ୍ଦ୍ରାପଡ଼ା ରାସ୍ତା ଅତିକ୍ରମ ବେଳେ ବାଇକଧକ୍କାରେ ନାବାଳକର ମୃତ୍ୟୁ

ରାସ୍ତା ଅତିକ୍ରମ ବେଳେ ବାଇକଧକ୍କାରେ ନାବାଳକର ମୃତ୍ୟୁ

52

କେନ୍ଦ୍ରାପଡା ୩/୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁର ଗ୍ରାମର ଉମାକାନ୍ତ ପରିଡାଙ୍କ ପୁଅ ଜଗନ୍ନାଥ ପରିଡା(୫) ଗୁରୁବାର ସନ୍ଧ୍ୟାରେ ଗ୍ରାମରେ ରାସ୍ତା ଅତିକ୍ରମ କରୁଥିବା ବେଳେ ସେହି ରାସ୍ତାଦେଇ ଯାଉଥିବା ଏକ ଦ୍ରୁତଗାମୀ ବାଇକ ଧକ୍କାରେ ଗୁରୁତ୍ତର ହୋଇପଡିଥିଲା। ତାକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡା ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ କଟକ ବଡ ଡାକ୍ତରଖାନାରେ ତାର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ସେହି ନାବାଳକକୁ ଧକ୍କାଦେଇଥିବା ଓଡି – ୦୫-ଏଏଲ-୮୦୫୧ ନମ୍ବର ବିଶିଷ୍ଟବାଇକଟିକୁ ନାଗପୁରା ଗ୍ରାମର ଗୈାତ୍ତମ ମଲ୍ଲିକଙ୍କ ପୁଅ କମଳାକାନ୍ତ ମଲ୍ଲିକ ଚଲାଉଥିବା ବେଳେ ସେହି ବାଇକ ପଛରେ ଅନ୍ୟଜଣେ ବସିଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳେ। ଅଭିଯୋଗ ଅନୁଯାଇ ସଦର ଥାନା ପୋଲିସ ୮୨/୨୦୨୦ରେ ଏକ ମାମଲା ରୁଜୁକରି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.